www.samajalive.in
Wednesday, December 10, 2025
15.1 C
Bhubaneswar

ପତଳା କରିବ ଏହି ଫଳ

ମେଦବହୁଳତା ଏବେ ଅଧିକାଂଶଙ୍କୁ ଏପରି ଆକ୍ରାନ୍ତ କରିଛି ଯେ ସେମାନେ ପତଳା ହେବା ଲାଗି ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକେ ଡାଏଟିଂ ବା ଖାଦ୍ୟ ନିୟନ୍ତ୍ରଣ କରୁଛନ୍ତି। ତେବେ କେବଳ ଖାଦ୍ୟ ଛାଡିବାରେ ମନମୁତାବକ ଫଳ ମିଳିନଥାଏ। କେତେକ ଜିନିଷ ଖାଇବା ଦ୍ୱାରା ବି ଓଜନ କମାଇପାରିବେ। ଏପରି କେତୋଟି ଫଳ ରହିଛି ଯାହା ହଜମ ହେବାରେ ବହୁତ କ୍ୟାଲୋରୀ ଦରକାର ହୁଏ ଏବଂ ମେଟାବଲିଜିମ୍‍ ବଢାଏ। ତେଣୁ ଶରୀରରେ ଫ୍ୟାଟ୍‍ ଜମିବା କମେ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଏପରି ୫ଟି ଫଳ ଓଜନ କମାଇବାରେ ବେଶ୍‍ ସହାୟକ।

ସେଓ: ଏଥିରେ ପେକ୍ଟିନ୍‍ କମ୍ପାଉଣ୍ଡ ରହିଛି ଯାହା ଶରୀରକୁ ବିଷାକ୍ତ ତତ୍ତ୍ୱ ମୁକ୍ତ କରିଥାଏ। ଏହା ସହିତ ଫାଇବର ଏବଂ ଆମିନୋ ଏସିଡ ଥିବାରୁ ହଜମକ୍ରିୟା ସୁସ୍ଥ ରଖେ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଆନ୍ତୁ।

- Advertisement -

ତରଭୁଜ: ଏହା କମ୍‍ କ୍ୟାଲୋରୀର ଫଳ ହୋଇଥିବାର ଏହାକୁ ପର୍ୟ୍ୟାପ୍ତ ପରିମାଣରେ ଖିଆଯାଇପାରେ। ଏଥିରେ ଥିବା ଆର୍ଜିନାଇନ୍‍ ଶରୀରରେ ଚର୍ବି ଜମିବାକୁ ଦିଏନାହିଁ।

ନଡିଆ: ମେଟାବଲିଜିମ୍‍ ବଢାଇବା ଲାଗି ଏହା ଖୁବ୍‍ ଉପଯୋଗୀ। ହଜମକ୍ରିୟା ସୁସ୍ଥ ରଖେ। ବିଶେଷକରି ପଇଡ ଶରୀରକୁ ମେଦମୁକ୍ତ ରଖିବା ଲାଗି ଗୁରୁତ୍ୱପୂର୍ଣ୍ଣ।

ଲେମ୍ବୁ: ଚର୍ବି ହ୍ରାସ କରିବାରେ ଏହା ଖୁବ୍‍ ସହାୟକ। ଜିରା ସହିତ ଲେମ୍ବୁ ଖାଇଲେ ବେଶୀ ଫଳଦାୟକ ହୋଇଥାଏ। ପ୍ରତିଦିନ ସନ୍ଧ୍ୟାରେ ଏକ ଚାମଚ ଜିରା ପିଇବା ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଖାଲିପେଟରେ ଏହି ଜିରା ଚୋବାଇ ଖାଇବେ। ବଳକା ପାଣିକୁ ହାଲ୍‍କା ଉଷୁମ କରି ସେଥିରେ ଫାଳେ ଲେମ୍ବୁ ଚିପୁଡି ଏକ ଚାମଚ ମହୁ ମିଶାଇ ଚା’ ପିଇବା ପରି ପିଅନ୍ତୁ। ଏହି ପ୍ରୟୋଗ କରିବା ସମୟରେ ଜଳଖିଆ ନଖାଇ ସିଧା ଦ୍ୱିପ୍ରହର ଖାଦ୍ୟ ଖାଇବେ। ଖାଇବା ପୂର୍ବରୁ ୧ପ୍ଲେଟ୍‍ ସାଲାଡ ଖାଇବା ସହ ଖାଦ୍ୟରେ ସବୁଜ ପନିପରିବା ରହିବା ପ୍ରତି ଧ୍ୟାନ ଦେବେ। ଖାଇସାରିବା ପରେ ହାଲ୍‍କା ଉଷୁମ ପାଣି ପିଇବା ଉଚିତ। ରାତିରେ ଶୋଇବାର ୨-୩ଘଣ୍ଟା ପୂର୍ବରୁ ଖାଇଦିଅନ୍ତୁ।

ସପେଟା: ପ୍ରତି ଋତୁରେ ମିଳୁଥିବା ସପେଟା ଓଜନ କମାଇବାରେ ବେଶ୍‍ ସହାୟକ। ଏହାକୁ ଗୋଟା କିମ୍ବା ଜୁସ୍‍ କରି ବ୍ୟବହାର କରିପାରିବେ। ସପେଟା ହଜମ କ୍ରିୟା ସୁସ୍ଥ ରଖେ। ଏଥିରେ କାର୍ବୋହାଇଡ୍ରେଟ୍‍ସ ଥାଏ ଏବଂ ଫ୍ୟାଟ୍‍ର ପରିମାଣ କମ୍‍ ଥିବା ବେଳେ ଏହା ମେଟାବଲିଜ୍‍ମ ପ୍ରକ୍ରିୟା ସଠିକ୍‍ ରଖି ଓଜନ କମାଇବାରେ ସହାୟକ ହୁଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories