www.samajalive.in
Tuesday, December 9, 2025
17.1 C
Bhubaneswar

ଗ୍ୟାଷ୍ଟ୍ରିକ କାରଣରୁ ମୁଣ୍ଡ ବିନ୍ଧା ହେଉଥିଲେ; ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ ଏସିଡିଟି ,ଗ୍ୟାଷ୍ଟ୍ରିକ ସଭିଁଙ୍କ ପାଇଁ ବିରାଟ ସସମ୍ୟା ପାଲଟିଛି। ଅନେକ ଥର ପେଟ ଓ ଅନ୍ତନଳୀ ସମସ୍ୟା ମସ୍ତିଷ୍କ ଯାଏଁ ଜଡିତ ହୋଇ ରହିଥାଏ। କିଛି ଲୋକଙ୍କ ଅମ୍ଳ ଦୋଷ କାରଣରୁ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ। ମୁଣ୍ଡରେ ହେଉଥିବା ଏହି ଯନ୍ତ୍ରଣାକୁ ଗ୍ୟାଷ୍ଟ୍ରିକ ମୁଣ୍ଡବିନ୍ଧା (Gastric Headache) ମଧ୍ୟ କୁହାଯାଇଥାଏ।
ଗବେଷଣାରୁ ଜଣାପଡିଛି, ଅନେକ ଥର ଲୋକଙ୍କ ପେଟରେ ଗ୍ୟାଷ୍ଟ୍ରିକ କୋଷ୍ଠକାଠିନ୍ୟ,ଅଧିକ ସମୟ ଯାଏଁ ଉପାସ ରହିବା, ଏକ ପ୍ରକାର ବ୍ୟାକ୍ଟେରିଆ ସଂକ୍ରମଣ ଆଦି କାରଣରୁ ମୁଣ୍ଡ ଭୀଷଣ ବିନ୍ଧା ହୋଇଥାଏ। ତେବେ ଏଭଳି ସମସ୍ୟା ଲାଗି ରହୁଥିଲେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ଜାଣନ୍ତୁ…..
ଗ୍ୟାଷ୍ଟ୍ରିକ କାରଣରୁ ମୁଣ୍ଡ ବିନ୍ଧା ହେଉଥିଲେ, ଏକ ତଉଲିଆରେ ଅଳ୍ପ ବରଫ ଖଣ୍ଡ ରଖି ୧୫ ମିନିଟ୍‍ ଯାଏଁ ମୁଣ୍ଡରେ ହାଲକା ଭାବେ ମାଲିସ କରିବା ସହ ରଖନ୍ତୁ।
ଅଦାରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ଆଣ୍ଟି-ଏନଫ୍ଲେମେଟୋରୀ ଗୁଣ ଭରପୁର ମାତ୍ରାରେ ରହିଥାଏ,ଯାହା ଗ୍ୟାଷ୍ଟ୍ରିକରୁ ମୁକ୍ତି ଦେଇଥାଏ। ଏକ କପରେ ଅଦା,ଜୁଆଣୀ,ତୁଳସୀ ଆଦି ମିଶାଇ ଚା’ ପ୍ରସ୍ତୁତ କରି ପିଅନ୍ତୁ। ଆରାମ ଅନୁଭବ ହୋଇଥାଏ।
ପାନମଧୁରୀ ପାଣି – ଏକ ଗ୍ଲାସ ପାଣିରେ ଏକ ଚାମଚ ପାନମଧୁରୀ ପକାଇ ୩ ରୁ ୫ ମିନିଟ ଯାଏଁ ଫୁଟାନ୍ତୁ। ଏହାକୁ ଚା’ଭଳି ପିଅନ୍ତୁ। ଏହାଦ୍ୱାରା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ।
ଏକ ଗ୍ଲାସ ଥଣ୍ଡା କ୍ଷୀର ପିଇବା ଦ୍ୱାରା ମଧ୍ୟ ଏସିଡିଟି ଦୂର ହୋଇଥାଏ। ଏଥିରେ ଥିବା କ୍ୟାଲସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏସିଡିଟି ପ୍ରଭାବକୁ କମ୍‍ କରିଥାଏ। ଗ୍ୟାଷ୍ଟ୍ରିକ ହେବାକୁ ଦେଇନଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories