www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ ରାଜପଥ ଦୂରତା ସୂଚନା ଫଳକରେ ତ୍ରୁଟି

ଫୁଲବାଣୀ : ଦାରିଙ୍ଗବାଡ଼ି ଦେଇ ଯାଇଅଛି ଗୋପାଳପୁର ଠାରୁ ରାୟପୁର କୁ ୫୯ନମ୍ବର ଜାତୀୟ ରାଜପଥ । ଯାତ୍ରୀ ମାନଙ୍କୁ ଏହି ୫୯ନମ୍ବର ଜାତୀୟ ରାଜପଥରୁ ବିଭିନ୍ନ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କେଉଁ ସ୍ଥାନକୁ କେତେ ଦୂରତା ସୂଚନା ଦେବା ପାଇଁ ୫୯ ନମ୍ବର ରାଜପଥର ମୁଖ୍ୟ ମୁଖ୍ୟ ସ୍ଥାନରେ ଜାତୀୟ ରାଜପଥ ତରଫରୁ ବୋର୍ଡ ଲଗା ଯାଇଛି  । ତେବେ ଦାରିଙ୍ଗବାଡ଼ି ଠାରେ କିଛି ଦିନ ପୂର୍ବରୁ ଚାରି ଛକ ତଳେ ଲଗାଯାଇଥିବା ଦୂରତା ସୂଚନା ବୋର୍ଡରେ ଗୋଟିଏ ପାର୍ଶ୍ଵ ରେ ସବୁକିଛି ଠିକ ଠାକ ଲେଖା ହୋଇଥିବା ବେଳେ ଅପର ପାର୍ଶ୍ଵରେ ଜାତୀୟ ରାଜପଥ (ଏନଏଚ୍‍) ୫୯ ସ୍ଥାନରେ ଏଚ୍‍ଏନ ୫୯ ବୋଲି ଲେଖା ହୋଇଛି  । ଏହା ଦ୍ୱାରା ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ମାନେ ଭ୍ରମିତ ହେଉଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ବୋର୍ଡ ରେ ଉଲ୍ଲେଖ ହୋଇଥିବା ଲେଖାକୁ ସଂଶୋଧନ କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି  ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories