www.samajalive.in
Monday, December 15, 2025
27.1 C
Bhubaneswar

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଉଦଯାପିତ

ବୌଦ୍ଧ: ବୌଦ୍ଧର ଗଣପର୍ବ ଶ୍ରୀରାମଲୀଳା ଉତ୍ସବ ସହିତ ବୌଦ୍ଧ କଚେରୀ ପଡିଆଠାରେ ୫ ଦିନ ଧରି ଚାଲିଥିବା ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ମହାସମାରୋହ ଉଦଯାପିତ ହୋଇଛି । ଜିଲ୍ଳା ସଂସ୍କୃତି ପରିଷଦର ସଭାପତି ତଥା ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ବୌଦ୍ଧର ପ୍ରାଚୀନ ଇତିହାସ ଓ ସଂସ୍କୃତି ମହାନ ବୋଲି କହିଥିଲେ  । ମେଳା ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହିତ ସଂସ୍କୃତିର ବାର୍ତ୍ତା ବହନ କରିଥାଏ ।

ବୌଦ୍ଧର ରାମଲୀଳା ଯାତ୍ରା ଆଜି ରାଜ୍ୟରେ ପ୍ରସିଦ୍ଧି ଲାଭ କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ ପ୍ରମୁଖ ଯୋଗଦେଇଥିଲେ । ସଭାପତି ଅଭିଭାଷଣରେ ଜିଲାପାଳ ଶ୍ରୀ ମିଶ୍ର ବୌଦ୍ଧର ରାମଳୀଳା ଯାତ୍ରାର ଭବିଷ୍ୟତ ଜିଲ୍ଲାବାସୀଙ୍କ ହାତରେ ବୋଲି କହିବା ସହ ଜିଲ୍ଳାବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

ପ୍ରମୋଦ କୁମାର ପ୍ରଧାନ ସଂଯୋଜନା ଓ ବସନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ମର୍ଜାକୁଦର ବାବା ଗୁପ୍ତେଶ୍ୱର ଦଣ୍ଡନୃତ୍ୟ ଓ ଗବେଷଣା କେନ୍ଦ୍ର ଦ୍ୱାରା ପତର ଶଉରା, ସଂକୀର୍ତ୍ତନ ଓ ଚଢେଇଆ ଚଢେଇଆଣୀ ସହିତ ସରସରାର ବାବା ବୈଦ୍ୟନାଥ କଳାପରିଷଦ ଦ୍ୱାରା ସୀତାଚୋରୀ ନାଟକ ପ୍ରଦର୍ଶିତ ହୋଇଥିଲା । ଏଥିସହିତ ଅନଗୁଳୁର ଅନୀତା ରାଜଗୁରୁ ଓ ସାଥୀଙ୍କ ଦ୍ୱାରା ଶିବତାଣ୍ଡବ, ବୌଦ୍ଧର ମା’ ରୁଦ୍ରଭୈରବୀ କ୍ଲବ ଦ୍ୱାରା ଆଦିବାସୀ ଲୋକନୃତ୍ୟ, ଆକୃତି ଅନୁଷ୍ଠାନ ଦ୍ୱାରା ଭାରତୀୟ ଲୋକନୃତ୍ୟ, ସମ୍ବଲପୁରର ରଙ୍ଗଫରୁଆ ପକ୍ଷରୁ ଢାପ ଓ ଲୋକନୃତ୍ୟ, ବୌଦ୍ଧର ସୃଷ୍ଟି ନୃତ୍ୟଦଳ ଦ୍ୱାରା ଲୋକନୃତ୍ୟ, ରେଢାଖୋଲ ସୁରୁଭୁଙ୍ଗୁ ଅନୁଷ୍ଠାନ ଦ୍ୱାରା ଲୋକନୃତ୍ୟ ଏବଂ ବୌଦ୍ଧର ତ୍ରିଶୁଳ ଏବଂ ସାଥୀମାନଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories