www.samajalive.in
Friday, December 12, 2025
17.1 C
Bhubaneswar

 ବୌଦ୍ଧର ଗଣପର୍ବ ରାମଲୀଳା ଉଦ୍‌ଯାପିତ

ବୌଦ୍ଧ: ଶ୍ରୀରମ ନବମୀ ଠାରୁ  ଦୀର୍ଘ ୧୮ଦିନ ଧରି  ବୌଦ୍ଧଜିଲାର ସର୍ବପୂରାତନ  ଅଗ୍ରଣୀ  ସାଂସ୍କୃତିକ ଅନୁଷ୍ଠାନ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ମାରୁତୀମଣ୍ଡପ ଠାରେ ଚାଲିଆସୁଥିବା ବୌଦ୍ଧ ଗଡଜାତର ଗଣପର୍ବ  ରାମଲୀଳା ଯାତ୍ରା ବୁଧବାର  ଦିନ  ଉଦଯାପିତ ହୋଇଛି ।   ମାରୁତି ମଣ୍ଡପ ଠାରେ  ରାମଲୀଳା  ଯାତ୍ରାରେ ମର୍ଯ୍ୟାଦା ପୁରୁଷତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଲୀଳାକୁ ନାଟକ ମାଧ୍ୟମରେ  ରାମଜନ୍ମ ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ନାଟକ ପରିବେଷଣ କରାଯାଇଥିଲା । ସମସ୍ତ ନାଟକ ଗୁଡିକ ରାମଲୀଳା ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଏହି ଯାତ୍ରାର ବିଶେଷତ୍ୱ ହେଉଛି ଏହାର ପରମ୍ପରା । ଅନୁଷ୍ଠାନର ବ୍ରତୀମାନେ ୧୮ ଦିନ ଧରି ଗୃହତ୍ୟାଗୀ ହେବା ସହିତ ଦିନକୁ ଗୋଟିଏ ଓଳି ଅନ୍ନ ଭକ୍ଷଣ କରିବା ଓ ସମସ୍ତ ସୁଖ ସୁବିଧାକୁ ତ୍ୟାଗ କରି ଭୂମିରେ ଶୋଇବା ସହ ନିଷ୍ଠାର ସହିତ ଯାତ୍ରାରେ ଅଭିନୟ ପ୍ରଦର୍ଶନ କରିଥାନ୍ତି ।

୧୮ଦିନ ରାମଲୀଳା ଯାତ୍ରାର ମୁଖ୍ୟ ଆର୍କଷଣ ହେଉଛି ରାବଣ ବଧ । ଗତ ମଙ୍ଗଳବାର ଦିନ ରାତି ତମାମ ରାମ ରାବଣଙ୍କ ସମର ଶୋଭାଯାତ୍ରା ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିବା ପରେ ପଲ୍ଲିଶ୍ରୀ ମେଳା ପଡିଆ, ଜିଲା ଷ୍ଟାଡିୟମ, ବାଘଗୁଡା ଛକ ଓ ଯାତ୍ରା ପଡିଆ ଠାରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ । ଜିଲା ଷ୍ଟାଡିୟମ, ଯାତ୍ରାପଡିଆ ସମେତ ସହରର ବିଭିନ୍ନ ଛକରେ ଆତସବାଜୀ କାର୍ଯ୍ୟକ୍ରମ, ମେଲୋଡି କାର୍ଯ୍ୟକ୍ରମ ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତିସାରା ଦର୍ଶକମାନେ ଉପଭୋଗ କରିଥିଲେ । ଜିଲା ତଥା ଜିଲା ବାହାରୁ ୫୦ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ଏହି ଯାତ୍ରାର ଅନ୍ତିମ ଦିବସରେ ସାମିଲ ହୋଇଥିଲେ । ଶେଷରେ ଯାତ୍ରା ପଡିଆଠାରେ ପରିବେଷଣ ହୋଇଥିଲା  ନାଟକ ରାବଣ ବଧ ।  ବୁଧବାର ପ୍ରତ୍ୟୁଷରେ ୪୦ ଫୁଟ ଉଚ୍ଚର ରାବଣର ପ୍ରତିକୃତି ଶ୍ରୀରାମଙ୍କ ବ୍ରହ୍ମାସ୍ତ୍ରରେ ଖଣ୍ଡ ବିଖଣ୍ଡିତ ହେବାରେ ଚାରିଆଡେ ଜୟଶ୍ରୀରାମ ଧ୍ୱନି ଗୁଂଜିରତ ହୋଇ ଉଠିଥିଲା ।

- Advertisement -

ରାବଣବଧ ପରେ ବୁଧବାର ଦିନ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ହୋଇଥିବା ବେଳେ ଏଥି ପାଇଁ ମଧ୍ୟ ସାରା ସହରର ଉତ୍ସବ ମୁଖର ହୋଇପଡିଥିଲା । ଏହି ଅବସରରେ ଯାତ୍ରା ପଡିଆ ଠାରୁ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ , ଅନୁଜ ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କୁ  ସହରର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଦୁଲଦୁଲି ସହିତ ବିଭିନ୍ନ ଘଣ୍ଟବାଦ୍ୟ ଓ ଆର୍ଟ ଟେମ୍ପୁଲର ଶିଶୁ କ୍ରୀଡାବିତ ମାନଙ୍କ ଦ୍ୱାରା ବିଭିନ୍ନ କୌଶଳ ପ୍ରଦର୍ଶନ ହୋଇଥିଲା । ଦୁଇବର୍ଷର କରୋନା କଟକଣା ପରେ ଚଳିତବର୍ଷ ଶ୍ରୀ ରାମଲୀଳା ଯାତ୍ରାର ଅଦ୍ଭୁତପୂର୍ବ ସଫଳତା ଓ ଭକ୍ତମାନଙ୍କ ସହଯୋଗ ପାଇଁ ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ସଂପାଦକ ମନୋଜ କୁମାର ସାହୁ ଓ ସମସ୍ତ କର୍ମକର୍ତ୍ତା ଜିଲାବାସୀ ଏବଂ ସର୍ବୋପରି ବୌଦ୍ଧର ଲୋକପ୍ରିୟ ଜିଲାପାଳଙ୍କ ଅଦମ୍ୟ ଉତ୍ସାହ ଯୋଗୁଁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories