www.samajalive.in
Thursday, December 11, 2025
14.1 C
Bhubaneswar

ମହାନଦୀ ପଠାରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବୌଦ୍ଧ: ବୌଦ୍ଧ ବନ ବିଭାଗର ଏକ ବଡ ଅବହେଳା ପଦାରେ ପଡ଼ିଛି ।  ଦୁଇଦିନ ପୂର୍ବରୁ ଗତ ସୋମବାର ଦିନ  ପୁଲିସର ସ୍ୱତନ୍ତ୍ର ଟାସ୍କଫାର୍ସ  ବୌଦ୍ଧ ଜିଲା ସାମ୍ପୋଚ ପଞ୍ଚାୟତର ଜଗନ୍ନାଥ ସଡକର ବଘାରପାଲି ଛକରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା । ବଜ୍ରକାପ୍ତା  ବିକ୍ରି ପାଇଁ ଏକ ଜରି ବ୍ୟାଗ ଭିତରେ ରଖିଥିବା ନେଇ ମଙ୍ଗଳପୁର ଗ୍ରାମର ପ୍ରକାଶ ମହାକୁଡକୁ ଗିରଫ କରି ବୌଦ୍ଧ ବନବିଭାଗକୁ ହସ୍ତାନ୍ତର କରିଥିଲା । ଉଦ୍ଧାର ବଜ୍ରକାପ୍ତାକୁ ମଧ୍ୟ  ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବନବିଭାଗକୁ ହସ୍ତାନ୍ତର କରିଥିଲା ।  କିନ୍ତୁ ବୌଦ୍ଧ ବନବିଭାଗର ଅବହେଳା ଯୋଗୁଁ ବଜ୍ରକାପ୍ତାଟି ଖସିଯାଇ ବୁଧବାର ଦିନ ସକାଳୁ ମହାନଦୀ ପଠାରେ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ।

ଏନେଇ ବନ ବିଭାଗ ପାଖରେ କୌଣସି ସୂଚନା ନଥିବାବେଳେ କିଛି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ପରେ ଖବର ପାଇ  ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ବଜ୍ରକାପ୍ତାକୁ ଧରିବାରେ ସକ୍ଷମ ହୋଇଥିଲେ  । ଘଟଣାକୁ ବିଭାଗୀୟ ଅଧିକାରୀମାନେ ରଫାଦଫା କରିଦେବାକୁ ଉଦ୍ୟମ କରୁଥିବା ଶୁଣାଯାଉଛି । ଯଦି ଟାସ୍କଫୋର୍ସ ଦ୍ୱାରା ହସ୍ତାନ୍ତର ହୋଇ ବନ ବିଭାଗର ହେପାଜତରେ ଥିବା ବଜ୍ରକାପ୍ତା ଖସିଯାଇ ପରଦିନ ମହାନଦୀ ପଠାରେ ବୁଲୁଛି ତେବେ ଜିଲାର ଜଙ୍ଗଲ ସଂପଦ ଓ ବନ୍ୟଜନ୍ତୁ କେତେ ସୁରକ୍ଷିତ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories