www.samajalive.in
Monday, December 15, 2025
27.1 C
Bhubaneswar

ଇ.ଏମ୍‌.ଟି.ସି.ଟି କାର୍ଯ୍ୟକ୍ରମ ଉଦଘାଟିତ

ଫୁଲବାଣୀ: ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଗର୍ଭବତୀ ମା’ ଠାରୁ ଶିଶୁଙ୍କୁ ଏଚ୍.ଆଇ.ଭି ଏବଂ ସିଫିଲିସ୍‌ ସଂକ୍ରମଣ ପ୍ରତିରୋଧ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋଜ କୁମାର ଉପାଧ୍ୟୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଏଡସ କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ଡ.ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟୁନିସେଫର ତୃପ୍ତି ମିଶଅ ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. କଲ୍ୟାଣୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ଡି.ଏମ୍‌.ଆର.ସିଏଚ୍‌ ଆଶିଷ ‌କୁମାର ମହାନ୍ତି ପରିଚାଳନା କରିଥିବା ବେଳ ଜିଲ୍ଲା ଏଡସ୍‌ ସେଲ୍ର ସୁପରଭାଇଜର ଦେବାଶିଷ୍‌ ମିଶ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ‘ସମ୍ଭାବନା ଅନେକ ସ୍ୱପ୍ନର’ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ୍‌ କେନ୍ଦ୍ରର ଛାତ୍ରୀମାନେ ମଞ୍ଚସ୍ତ କରିଥିଲେ । କାର୍ଯ୍ୟକ୍ରମରେ ଆଇଟିସି କାଉନସେଲର ଗୋବିନ୍ଦ ଚନ୍ଦ୍ର ଜେନା , ଗୀତାଞ୍ଜଳି ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମକୁ ଜିଲ୍ଲାର ତୃଣମୂଳ ସ୍ତରରେ ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମରେ ବ୍ଳକ ମେଡିକାଲ୍‌ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories