www.samajalive.in
Sunday, December 14, 2025
26.1 C
Bhubaneswar

ଶିଶୁ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ    

ସମ୍ବଲପୁର: ସମ୍ବଲପୁର ଠାରେ ସାମାଜିକ ଏକତା ଓ ସାମ୍ପ୍ରଦାୟିକ ସଦଭାବ ପାଇଁ ବିଗତ ୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଭାରତୀ ସମାଜ ପକ୍ଷରୁ ବସ୍ତି ଅଞ୍ଚଳର ଶିଶୁ ମାନଙ୍କ ପ୍ରତିଭା ବିକାଶ ଏବଂ ସଂସ୍କାର ପାଇଁ ବାଲ ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏହି କ୍ରମରେ ସରଲାକାନୀ ସ୍ଥିତ ଭାରତୀ ସମାଜ ଶିଶୁ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାନ୍ତି ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ସଞ୍ଚୟର ଉପକାରିତା, ସାମ୍ପ୍ରଦାୟିକ ସଦଭାବ ଏବଂ ଜାତିବାଦ ଦୂର କରିବା ଉପରେ ନିଜସ୍ୱ ମତ ପୋଷଣ କରିଥିଲେ । ଗାନ୍ଧୀ କଲୋନୀ ଠାରେ ପ୍ରତି ଶନିବାର ଓ ରବିବାର ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଅର୍ନ୍ତ ନିହିତ ପ୍ରତିଭାର ବିକାଶ ଓ ସଂସ୍କାର ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

- Advertisement -

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜସ୍ୱ ଅଞ୍ଚଳର ସମସ୍ୟା ପ୍ରତି ସଚେତନ ହେବା ସହିତ ତାକୁ କିଭଳି ଉପସ୍ଥାପନ କରାହେବ ତାକୁ ନେଇ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳାନରେ ଭାରତୀ ସମାଜର ମହାସଚିବ ସୁବୋଧ ଦୋରା, ନୃତ୍ୟ ଶିଳ୍ପୀ ସ୍ୱାଧିନ ମେହେର, କ୍ଷୀରେଶ୍ୱର ପ୍ରଧାନ, ମୀନା ନାୟକ ପ୍ରମୁଖ ସକ୍ରିୟ ସହାୟତା କରିଥିବା ବେଳେ ଅନୁଷ୍ଠାନର ସଞ୍ଚାଳକ ଭବାନୀଶ ଭୋଇ ଏହାକୁ ପରିଚାଳନା କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories