www.samajalive.in
Monday, December 15, 2025
16.1 C
Bhubaneswar

ମୁତ୍ୟାଲୁମା’ଙ୍କ ନବଦିନାତ୍ମକ ଘଟଯାତ୍ରା ଉଦଯାପିତ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ମହକୁମାର ଅଧିଷ୍ଠାତ୍ରୀ ମୁତ୍ୟାଲୁ ମା’ ଙ୍କ ନବଦିନାତ୍ମକ ଘଟଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ନଅ ଦିନର ଯାତ୍ରା ପରେ ଅସ୍ଥାୟୀ ଗୁଡିରୁ ମନ୍ଦିରକୁ ବିଜେ କରନ୍ତି ମା’। ସୋମବାର ଠାରୁ ମନ୍ଦିର ରୁ ମା’ ଘଟ ସହିତ ୮ ଗୋଟି ଘଟ ଓ ଏକ ଫୁଲ ଡଙ୍ଗରା କୁ ଶୋଭାଯାତ୍ରାରେ ଅସ୍ଥାୟୀ ଗୁଡ଼ିକୁ ଆଣିବା ବେଳେ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କର ଦର୍ଶନ କରିଥିଲେ। ବାଜା ରୋଷଣୀରେ ଯାତରା ପଦା କମ୍ପି ଉଠିଥିଲା।

 

- Advertisement -

ମଙ୍ଗଳବାର ବିଶ୍ରାମ ପରେ ଆରମ୍ଭ ହୋଇଥିଲା ଗାଁ ପରିକ୍ରମା। ସନ୍ଧ୍ୟାରୁ ଘଟ ଗୁଡିକ ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ଗୁଡ଼ିକୁ ଫେରୁଥିଲା । ଏହି ଅବସରରେ ଗ୍ରାମର ଘର ଦ୍ବାର ମୁଁହ କୁ ଗୋବରରେ ଲିପାପୋଛା କରି ଚିତା ପକାଯାଇ ଥିବା ବେଳେ ବିଧି ମୁତାବକ ଘଟ ଗୁଡିକୁ ପହଞ୍ଚି ପୂଜା ନୈବେଦ୍ୟ ସହିତ ଅନେକ ମାନସିକ ଧାରୀ ନିଆଁ, କୁକୁଡା ଆଦି ଅର୍ପଣ କରିଥିଲେ। ସେହିପରି ପ୍ରଚଳିତ ପ୍ରଥା ଅନୁଯାୟୀ ରବିବାର ରାଜସ୍ବ ବିଭାଗ ଓ ବନବିଭାଗ ପକ୍ଷରୁ ନିଆଁ ଦିଆ ଯାଇଥିବା ବେଳେ ସୋମବାର ଥାନା ତରଫରୁ ମଧ୍ୟ ନିଆଁ ବ୍ଲକ ପଡିଆ ଠାରେ ଦିଆଯାଇଥିଲା।

ଏହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସେହିପରି ରବିବାର ଗାଁ ବନ୍ଧା ସହିତ ବାଘବେଶ, ଓ ଉତ୍ତପ୍ତ ଶାବଳକୁ ଜଡାତେଲ ଦ୍ବାରା ମନ୍ଥନ ଓ କଣ୍ଟା ଦୋଳିରେ ଝୁଲିବା ଆଦି ରୀତି ନୀତି ସମ୍ପନ୍ନ ହୋଇଥିଲା।

ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାମ ଦୋଳିର ମଜା ନେଇଥିଲେ ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ। ସେହିପରି କିଣା ବିକା ପାଇଁ ବିଭିନ୍ନ ରକମର ଦୋକାନ ସହିତ ମୀନାବଜାର ମଧ୍ୟ ପଡିଥିଲା। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଅସ୍ଥାୟୀ ଗୁଡିରେ ସମସ୍ତ ରୀତି ନୀତି ଅନୁଷ୍ଠିତ ହେବା ସହିତ ପରିଚାଳନା କମିଟି ପକ୍ଷରୁ ନିଆଁ ଦିଆଯାଇଥିଲା, ଯାହାକୁ ମାଡ଼ି ଘଟ ବାହକମାନେ ବାଜା ମହୂରୀ ର ତାଳେ ତାଳେ ନାଚି ମନ୍ଦିରରେ ପ୍ରବେଶ କରିଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories