ଭୁବନେଶ୍ୱର: ରାଜ୍ୟ ସରକାର ୪ ଜଣ ବନସେବା ଅଧିକାରୀଙ୍କ ଦାୟିତ୍ୱରେ ଅଦଳ ବଦଳ କରିଛନ୍ତି। ବାରିପଦା କ୍ଷେତ୍ରୀୟ ମୁଖ୍ୟ ବନ ସଂରକ୍ଷକ ଏମ. ଯୋଗଜୟାନନ୍ଦଙ୍କୁ ଅନୁଗୁଳ କ୍ଷେତ୍ରୀୟ ମୁଖ୍ୟ ବନ ସଂରକ୍ଷକ ଭାବେ ବଦଳି କରାଯାଇଥିବା ବେଳେ ଅନୁଗୁଳରେ କାର୍ଯ୍ୟରତ ଓଏଫଆରସି ଭାରପ୍ରାପ୍ତ ନିର୍ଦ୍ଦେଶକ ଟି. ଅଶୋକ କୁମାରଙ୍କୁ ବାରିପଦା କ୍ଷେତ୍ରୀୟ ମୁଖ୍ୟ ବନ ସଂରକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ଅନୁଗୁଳ ଓଏଫଆରସି ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କୁ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
Popular Categories



