www.samajalive.in
Monday, December 15, 2025
16.1 C
Bhubaneswar

ହୁମ୍ମା ଶୁଖୁଆ ହାଟ ପାଇଁ ନିର୍ମାଣ ହେବ ହୋଲସେଲ ମାର୍କେଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ନିକଟସ୍ଥ ଏସିଆ ମହାଦେଶର ପ୍ରସିଦ୍ଧ ଶୁଖୁଆ ହାଟ ପଡ଼ିଆରେ ନିର୍ମାଣ ହେବ ଆଧୁନିକ ହୋଲସେଲ ମାର୍କେଟ। ଫଳରେ ବ୍ୟବସାୟୀ ଓ ଲୋକଙ୍କ ପାଇଁ ବହୁତ ସୁବିଧା ହେବ ବୋଲି ଜଣାପଡୁଛି।ଯାହାକୁ ନେଇ ଶନିବାର ଦିନ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସହ ଓଡିଶା ରାୟ ନିର୍ମାଣ ନିର୍ବାହୀଯନ୍ତ୍ରୀ ଗୋବର୍ଦ୍ଧନ ଚନ୍ଦ୍ର ସାଠୁଆ, ଭୁବନେଶ୍ୱର ଫିସେରୀ ଇଞ୍ଜିନିୟରିଂ ଡିଭିଜନ ସହକାରୀ ଯନ୍ତ୍ରୀ ଆଲୋକ ପାତ୍ର, ଅତିରିକ୍ତ ମସ୍ୟ ଅଧିକାରୀ ସୁବ୍ରତ ପଟନାୟକ, ସହକାରୀ ମସ୍ୟ ଅଧିକାରୀ ଚନ୍ଦ୍ରମଣି ପ୍ରଧାନ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହାର ବ୍ୟବସ୍ଥା କିଭଳି ହେବ ସେ ବିଷୟରେ ଆଲୋଚନା ହୋଇଥିଲା। ଏଥିପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ୩ କୋଟି ୮୬ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ଅଟକଳରେ ଶୁଖୁଆ ହୋଲସେଲ ମାର୍କେଟ ନିର୍ମାଣ ହେବ ବୋଲି ଅଧିକାରୀମାନଙ୍କ ଠାରୁ ସୂଚନା ମିଳିଛି।

ଆଗାମୀ ଦିନରେ ଉକ୍ତ ହାଟ ପଡିଆ ମଧ୍ୟରେ ପରିବା ମାର୍କେଟ ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବ୍ୟବସାୟୀ ଓ ଲୋକଙ୍କ ପାଇଁ ହାଟ ମଧ୍ୟରେ ସୁବିଧା କରିବା ପାଇଁ ବିଧାୟକ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି। ଏହି ଆଲୋଚନା ବେଳେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ସମିତିସଭ୍ୟ ଧ୍ରୁବ ଚରଣ ପାଲାଇ, ଯୁବନେତା ଲିଙ୍ଗରାଜ ମହାପାତ୍ର ଓ ଶଶୀ ପ୍ରଧାନ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories