ଭାରତୀୟ ଛାତ୍ରଛାତ୍ରୀଙ୍କୁ ପାକିସ୍ତାନରେ ଉଚ୍ଚଶିକ୍ଷା ମନା

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଦୁଇ ସଂସ୍ଥା ଦ୍ୱାରା ଜାରି ଏକ  ବିଜ୍ଞପ୍ତିରେ କୁହାଯାଇଛି ଯେ, ଯଦି କୌଣସି ଭାରତୀୟ କିମ୍ବା ବିଦେଶରେ ରହୁଥିବା ଭାରତୀୟ ନାଗରିକ ପାକିସ୍ତାନର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଚାହିଁବେ ତେବେ ସେମାନେ ଭାରତରେ କୌଣସି ନିଯୁକ୍ତି ପାଇପାରିବେ ନାହିଁ । ପାକିସ୍ତାନର କୌଣସି ଶିକ୍ଷାନୁଷ୍ଠାନରୁ ହାସଲ କରାଯାଇଥିବା ଡିଗ୍ରୀ ଭାରତରେ ଗ୍ରହଣୀୟ ହେବ ନାହିଁ ।

ତେବେ ବିଜ୍ଞପ୍ତିରେ ପୁଣି କୁହାଯାଇଛି ଦେଶାନ୍ତରିତ ଲୋକ ଓ ସେମାନଙ୍କ ପିଲାମାନେ ଯଦି ପାକିସ୍ତାନରୁ ଉଚ୍ଚଶିକ୍ଷା ଡିଗ୍ରୀ ପାଇଥାନ୍ତି ଓ ଭାରତର ନାଗରିକତ୍ୱ ଲାଭ କରିଥାନ୍ତି, ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଅନୁମତି ପାଇବା ପରେ ସେମାନେ ଭାରତରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

Comments are closed.