www.samajalive.in
Sunday, December 7, 2025
26.1 C
Bhubaneswar

୧୯୦% ଲାଭରେ ଆଇଫୋନ୍‍ ବିକୁଛି ଆପଲ

ନୂଆଦିଲ୍ଲୀ : ଆଇଫୋନ୍‍ ପ୍ରସ୍ତୁତକାରୀ କମ୍ପାନୀ ଆପଲ ନିଜର ସମସ୍ତ ମଡେଲକୁ ମୋଟ ଖର୍ଚ୍ଚଠାରୁ ୧୯୦% ଅଧିକ ଅର୍ଥାତ ଦ୍ୱିଗୁଣ ଲାଭରେ ବିକ୍ରି କରୁଛି। ଫଳରେ ବିଶ୍ୱର ବିଭିନ୍ନ ଦେଶରେ ଆପଲ ଆଇଫୋନ୍‍ର ମୂଲ୍ୟ ବହୁ ଅଧିକ ରହୁଛି। ଏହି କ୍ରମରେ ଭାରତରେ ଆଇଫୋନ୍‍ର ସବୁଠୁ ଅଧିକ ବିକ୍ରି ହେଉଥିବା ମଡେଲ ‘ଏକ୍ସଏମ୍‍ ମ୍ୟାକ୍ସ’ ମୂଲ୍ୟ ୧.୪୫ ଲକ୍ଷ ଟଙ୍କା ରହିଛି। ଆପଲ ୧୯୦% ଅଧିକ ଲାଭରେ ଆଇଫୋନ୍‍ ବିକ୍ରି କରୁଥିବା କଥା କାନାଡାସ୍ଥିତ ରିସର୍ଚ୍ଚ ଫାର୍ମ ଟେକ୍ନୋସାଇଟ୍ସ ନିଜ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟରେ ଦାବି କରାଯାଇଛି ଯେ ଆପଲ ଆମେରିକାରେ ୧୭୫ରୁ ୧୯୦% ଲାଭରେ ଆଇଫୋନ୍‍ ବିକୁଛି। ଟେକ୍ନୋସାଇଟ୍ସର ଦାବି ଅନୁସାରେ ଆମେରିକାରେ ୨୫୬ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସ ୧,୨୪୯ ଡଲାର (୮୯,୯୨୮ ଟଙ୍କା)ରେ ବିକ୍ରି ହେଉଛି। କିନ୍ତୁ ଏହାର ପ୍ରସ୍ତୁତି ପାଇଁ ମାତ୍ର ୪୫୩ ଡଲାର (୩୨,୬୧୬ ଟଙ୍କା) ଖର୍ଚ୍ଚ ହେଉଛି। ସେହିପରି ୨୫୬ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସ ପ୍ରସ୍ତୁତିରେ ୩୯୬ ଡଲାର (୨୮,୫୦୮ ଟଙ୍କା) ଖର୍ଚ୍ଚ ହେଉଥିବାବେଳେ ଏହାକୁ ୧,୧୪୯ ଡଲାର (୮୨,୭୨୮ ଟଙ୍କା)ରେ ବିକ୍ରି କରାଯାଉଛି। ଭାରତରେ ଶୁକ୍ରବାରଠାରୁ ଆଇଫୋନ୍‍ ଏକ୍ସଏମ୍‍ ଏଏବଂ ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସ ବିକ୍ରି ଆରମ୍ଭ ହୋଇଛି। ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସ ୭୦ % ଆଗୁଆ ବୁକିଂ (ପ୍ରି ବୁକିଂ) ହୋଇ ସାରିଛି। ଦୀପାବଳୀର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଅକ୍ଟୋବର ୨୬ରେ ଭାରତ ବଜାରରେ ଆଇଫୋନ୍‍ ଏକ୍ସଆର ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଭାରତରେ ୬୪ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସଏସ୍‍ର ମୂଲ୍ୟ ୯୯,୯୦୦ ଟଙ୍କା ଥିଲାବେଳେ ୨୫୬ ଜିବି ବିଶିଷ୍ଟ ଏକ୍ସଏସ୍‍ର ମୂଲ୍ୟ ୧,୧୪,୯୦୦ ଏବଂ ୫୧୨ ଜିବି ବିଶିଷ୍ଟ ଏକ୍ସଏସ୍‍ର ମୂଲ୍ୟ ୧,୩୪,୯୦୦ ଟଙ୍କା ରହିଛି। ଏହିପରି ଭାରତ ବଜାରରେ ୬୪ ଜିବି ବିଶିଷ୍ଟ ଆଇଫୋନ୍‍ ଏକ୍ସଏମ୍‍ ମ୍ୟାକ୍ସର ମୂଲ୍ୟ ୧,୦୯,୯୦୦ ଟଙ୍କା ଥିଲାବେଳେ ୨୫୬ ଜିବି ଫୋନ୍‍ର ମୂଲ୍ୟ ୧,୨୪,୯୦୦ ଏବଂ ୫୧୨ ଜିବିର ଫୋନ୍‍ର ମୂଲ୍ୟ ୧,୪୪,୯୦୦ ଟଙ୍କା ରହିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories