www.samajalive.in
Sunday, December 7, 2025
18.1 C
Bhubaneswar

ଭୟଙ୍କର ଛାୟା କବଳରେ ତବୁ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା’କୁ ଦର୍ଶକ ବହୁତ ଭଲପାଇବା ଦେଇଥିଲେ। ଏହି ଭଲପାଇବାକୁ ଦୃଷ୍ଟିରେ ରଖି ନିର୍ମାତା ଖୁବ୍‌ ଶୀଘ୍ର ଏହାର ଦ୍ବିତୀୟ ଭାଗ ପ୍ରୋକ୍ଷାଳୟକୁ ଆଣିବାକୁ ଯାଉଛନ୍ତିି। ‘ଭୁଲ୍‌ ଭୁଲୈୟା-୨’ର ଟିଜର୍‌ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ଦ୍ବିଗୁଣିତ ହୋଇଛି। ଇତି ମଧ୍ୟରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ତବୁ ଫିଲ୍ମରୁ ତାଙ୍କ ପ୍ରଥମ ଲୁକ୍‌ ଶେୟାର କରିଛନ୍ତି।

ନିକଟରେ ସାମାଜିକ ଗଣମାଧ୍ୟମରେ ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଖୁବ୍‌ ଭୟଭୀତ ଥିବା ଦେଖିବାକୁ ମିଳିଛି। ଏଥିସହ ଭିଡିଓରେ ତବୁଙ୍କ ପଛର ଗୋଟିଏ ଆଇନା ଦେଖାଯାଉଛି, ଯେଉଁଥିରେ ଏକ କଳା ଛାଇର କେଶ ଉଡ଼ୁଥିବା ନଜର ଆସିଛି। କିଛି ଦିନ ପୂର୍ବରୁ ଅଭିନେତ୍ରୀ କିଆରା ଆଡ଼ଭାନୀ ମଧ୍ୟ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ଶେୟାର କରିଥିଲେ। ​‌

- Advertisement -


ସୂଚନାଯୋଗ୍ୟ, ‘ଭୁଲ୍‌ ଭୁଲୈୟା-୨’ ଅକ୍ଷୟ କୁମାର ଓ ବିଦ୍ୟା ବାଲନ୍‌ ଅଭିନୀତ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା’ର ଦ୍ବିତୀୟ ଭାଗ। ‘ଭୁଲ୍‌ ଭୁଲୈୟା-୨’ରେ କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡ଼ଭାନୀ, ରାଜପାଲ ଯାଦବ, ସଞ୍ଜୟ ମିଶ୍ରା ଓ ତବୁ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ଏହା ଚଳିତ ବର୍ଷର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ମେ’ ୨୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଭୁଲ୍‌ ଭୁଲୈୟା-୨’।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories