www.samajalive.in
Monday, December 15, 2025
17.1 C
Bhubaneswar

ଜିଆଇଆଇଏସ ଶିଖର ବୈଠକରେ ଜ୍ଞାନ ରଂଜନ; ‘ହର ଘର ଆୟୁର୍ବେଦ’ ବେଶ ଉତ୍ସାହଜନକ

ଭୁବନେଶ୍ବର : ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଗତ ତିନିଦିନ ଧରି ଚାଲଥିବା ଗ୍ଲୋବାଲ୍‍ ଆୟୁଷ ଇନଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ୍‍ (ଜିଆଇଆଇଏସ) ଶିଖର ବୈଠକ ଶୁକ୍ରବାର ଶେଷ ହେଉଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବୁଧବାର ଏହାକୁ ଉଦ୍‍ଘାଟନ କରିଥିଲେ। ଏହି ବୈଠକରେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ଯୋଗ ଦେଇଥିଲେ ଭୁବନେଶ୍ବର ବିଜି ଫାର୍ମାର ସତ୍ବାଧିକାରୀ ଜ୍ଞାନ ରଂଜନ ଦାଶ ।

- Advertisement -

ବିଭିନ୍ନ ପ୍ରକାର ପାରମ୍ପରିକ ଆୟୁର୍ବେଦିକ ଔଷଧ ଉତ୍ପାଦ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ ଏକ୍ଷେତ୍ରରେ ଗବେଷଣା ଜାରି ରଖିଥିବା ଶ୍ରୀ ଦାଶ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିମନ୍ତ୍ରଣ ପାଇ ଏହି ଶିଖର ବୈଠକରେ ଯୋଗ ଦେଇଥିଲେ। ବିଶେଷ କରି ଆୟୁର୍ବେଦ ଔଷଧ ଉତ୍ପାଦନ କ୍ଷେତ୍ରରୁ ସେ ରାଜ୍ୟର ଏକମାତ୍ର ପ୍ରତିନିଧି ଭାବେ ଏହି ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେଇଥିଲେ। ତିନି ଦିନିଆ ଶିଖର ବୈଠକରେ ଆୟୁର୍ବେଦ ଓ ପାରମ୍ପରିକ ଔଷଧ ଉତ୍ପାଦନ ଏବଂ ଏହାର ବ୍ୟବହାର ସଂପର୍କରେ ବିଭିନ୍ନ କର୍ମଶାଳା ଓ ଆଲୋଚନାଚକ୍ରମାନ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ‘ହର ଘର ଆୟୁର୍ବେଦ’ ବା ପ୍ରତ୍ୟେକ ଘରେ ଆୟୁର୍ବେଦକୁ ପହଞ୍ଚାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ବେଶ ଉତ୍ସାହଜନକ ଥିଲା ବୋଲି ସେ ମତ ଦେଇଛନ୍ତି । ବୈଠକ ଅବସରରେ କେନ୍ଦ୍ର ଆୟୁଷ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ସହିତ ସେ କିଛି ସମୟ ଆଲୋଚନା କରି ଓଡ଼ିଶାରେ ଆୟୁର୍ବେଦର ପ୍ରସାର ପାଇଁ ଥିବା ଅପାର ସମ୍ଭାବନା ବିଷୟରେ ଅବଗତ କରାଇଥିଲେ। ବିଦେଶରୁ ଆସିଥିବା ଅନେକ ପ୍ରତିନିଧିଙ୍କ ଆୟୁର୍ବେଦ ପ୍ରତି ଆଗ୍ରହ ଓ ଆକର୍ଷଣ ତାଙ୍କୁ ବେଶ ଉତ୍ସାହିତ କରିଥିବା ଶ୍ରୀ ଦାଶ କହିଛନ୍ତି।

ଏହି ବୈଠକ ଆଗାମୀ ଦିନରେ ରାଜ୍ୟ ତଥା ଦେଶରେ ପାରମ୍ପରିକ ଔଷଧ ଉତ୍ପାଦନ କ୍ଷେତ୍ରକୁ ପୁଞ୍ଜିନିବେଶକୁ ଆତ୍କୃଷ୍ଟ କରିବ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories