www.samajalive.in
Monday, December 15, 2025
15.1 C
Bhubaneswar

କାପ୍ତାବରାଇକୁ ରାଜସ୍ୱଗ୍ରାମର ମାନ୍ୟତା କେବେ ?

ଗୁରୁଡିଝାଟିଆ :  କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତ ଅନ୍ତର୍ଗତ କାପ୍ତାବରାଇ ହେଉଛି ଏକ ପୁରାତନ ଗାଁ । ନିଜର ସଂସ୍କୃତି, ପରମ୍ପରା ଯେପରି ବଳିଷ୍ଠ, ଗାଁର ଆଧ୍ୟାତ୍ମିକ ଭାବଧାରା ବେଶ ଗୌରବଜ୍ୱଳ। ଗାଁଟି ର ପରିବେଶ ଅତ୍ୟନ୍ତ ସ୍ୱାସ୍ଥ୍ୟ ଅନୁକୂଳ। ଗାଁଟି ଦୁଇଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ୪୮୦ ଜଣ ଜନସାଧାରଣ ବସବାସ କରିଥାନ୍ତି । ସେଥିରୁ ଭୋଟରସଂଖ୍ୟା ପ୍ରାୟ ୩୪୦। ଗାଁରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡି  କେନ୍ଦ୍ର, ପୁଷ୍ପରିଣୀ, ଦେବାଳୟ, ଅବସର ବିନୋଦନ ପାଇଁ କୋଠଘର ରହିଥିବା ବେଳେ ଗାଁର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ।

ଏଥିସହିତ ଅଧ୍ୟାପକ, ସମାଜସେବୀ, ଶିକ୍ଷକ ଆଦି ବିଭିନ୍ନ ବର୍ଗର ଜନସାଧାରଣ ଭାଇଚାରା ଭିତରେ ଗାଁରେ ରହିଥାନ୍ତି । ଗାଁଟି ପୁରାତନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ପାଇପାରିନାହିଁ । ପଡା ଗ୍ରାମ ଭାବରେ ରହିଛି । କେବେ ରାଜ୍ୟ ସରକାର ଗାଁଟିକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବେ ଜନସାଧାରଣ ଚାହିଁ ବସିଛନ୍ତି। ବହୁବାର ଦାବି ଓ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ କାନରେ ଗ୍ରାମାବସୀଙ୍କ ସ୍ୱର ବାଜିନପାରିବା ଅତ୍ୟନ୍ତ କ୍ଷୋଭର ବିଷୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories