www.samajalive.in
Monday, December 15, 2025
27.1 C
Bhubaneswar

୪୨ ବୋତଲ କଫ୍ ସିରଫ୍ ଜବତ, ଜଣେ ଗିରଫ

ପାଟଣାଗଡ :  ସ୍ଥାନୀୟ ଅବକାରୀ ବିଭାଗ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକକୁ କାବୁ କରି ତା ନିକଟରୁ ୪୨ ବୋତଲ କଫ୍ ସିରଫ ଜବତ କରିଥିବା ଜଣାଯାଇଛି । ଯୁବକ ଜଣକ ଧୁମାଭଟା ଗ୍ରାମର ଧରଣୀଧର ପଧାନ(୪୧) ବୋଲି ଜଣାପଡିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ଅବକାରୀ ଉପ ନିରୀକ୍ଷକ କଣ୍ଟାବାଂଜୀ ଏବଂ ବଲାଙ୍ଗିର ଅବକାରୀ ବିଭାଗ ସହାୟତାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଛପି ରହିଥିଲେ। ସନ୍ଦେହଜନକ ଭାବରେ ଆସୁଥିବା ଧରଣୀଧର ପଧାନ ନାମକ ଜନୈକ ଯୁବକକୁ ଅଟକାଇ ସେ ଧରିଥିବା ବ୍ୟାଗକୁ ତଲାସୀ କରିବା ପରେ ସେଥିରେ ୪୨ଟି କଫ ସିରଫ ବୋତଲ ଥିବା ଦେଖି ତାକୁ ସ୍ଥାନୀୟ କାର୍ଯ୍ୟାଳୟକୁ ଅଧିକ ପଚରାଉଚୁରା କରିବା ପାଇଁ ନେଇ ଆସିଥିଲେ । ପଚରାଉଚୁରା ବେଳେ ବେଲପଡାର ତପୁ ପୁଟେଲ ନାମକ ଜନୈକ ବ୍ୟକ୍ତି ଉକ୍ତ କଫ ସିରଫ ଯୋଗାଣ କରୁଥିବା ସେ ସୂଚନା ଦେବା ପରେ ତପୁକୁ ଚିହ୍ନଟ କରିବା ପାଇଁ ଧରଣୀଧରକୁ ନେଇ ଅବକାରୀ ବିଭାଗ ବେଲପଡା ଯାଇଥିଲେ ମଧ୍ୟ ସେଥିରେ ଅସଫଳ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବେଆଇନ କଫ୍ ସିରଫ୍ ବିକ୍ରୀ ଅଭିଯୋଗରେ ଜେଲ ଯାଇଥିବା ଧରଣୀଧର ୪-୫ ଦିନ ତଳେ ମୁକୁଳିଥିବା ଅବକାରୀ ଉପ ନିରୀକ୍ଷକ ଶ୍ରୀ ପରିଡାଙ୍କ ଠାରୁ ପ୍ରକାଶ । ତେବେ ଧରଣୀଧରକୁ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories