www.samajalive.in
Monday, December 15, 2025
15.1 C
Bhubaneswar

ଉତ୍କଳକନିକାରେ ହେବ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫେଶନ ଶୋ, ଟ୍ରାନ୍ସଜେଣ୍ଡରଙ୍କୁ ବି ମିଳିବ ସୁଯୋଗ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଖରେ ଫେଶନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୨। ଆସନ୍ତା ମେ’ ୧ ରେ ଏହାର ଦ୍ୱିତୀୟ ସଂସ୍କରଣ ମେଗା ଫେଶନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଅବସରରେ ନିର୍ଦେଶିକା ପୂର୍ଣ୍ଣିମା ବୈଦ ଓ ନିର୍ଦେଶକ ଶରଦ ବୈଦ କହିଛନ୍ତି ଯେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ। ଚଳିତ ବର୍ଷ ତିନୋଟି ବର୍ଗ ରଖାଯାଇଛି। ମିଷ୍ଟର ଏବଂ ମିସ୍ ଜୁନିୟର୍, ମିଷ୍ଟର ଏବଂ ମିସ୍ ସିନିୟର୍ ଏବଂ ଟ୍ରନ୍ସଜେଣ୍ଡର। ମିଷ୍ଟର ଏବଂ ମିସ୍ ଜୁନିୟର ଉତ୍କଳ ପାଇଁ ବୟସ ସୀମା ୪ ରୁ ୧୪ ଏବଂ ମିଷ୍ଟର ଏବଂ ମିସ୍ ଉତ୍କଳ ସିନିୟର୍ ଲାଗି ବୟସ ସୀମା ୧୮ରୁ ୨୭ ପର୍ଯ୍ୟନ୍ତ ରଖାଯାଇଛି। ସେହିପରି ଟ୍ରାନ୍ସଜେଣ୍ଡରଙ୍କୁ ଏହି ଫେଶନ ଶୋ ରେ ସାମିଲ କରାଯାଇଛି। ୨୩ ତାରିଖରେ ଜୁନିୟର ଏବଂ ୨୪ରେ ସିନିୟର ବର୍ଗଙ୍କ ପାଇଁ ଅଡ଼ିଶନ୍ କରାଯିବ। ମୋଟ ୫୬ ଜଣ ପ୍ରତିଯୋଗୀଙ୍କୁ ଏଥିରୁ ମନୋନୀତ କରାଯିବ। ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ଟ୍ରାନ୍ସଜେଣ୍ଡର ବର୍ଗରେ ୧୪ ଓ ଜୁନିୟରରେ ୧୪ ଜଣ ଲେଖାଏଁ ଚୟନ ହେବେ।

 

- Advertisement -

ଫାଇନାଲରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବିଜେତାଙ୍କୁ ନଗଦ ଅର୍ଥ ରାଶି, ଟ୍ରଫି ପ୍ରଦାନ କରାଯିବା ସହ ମଲ୍ ପାଇଁ କଣ୍ଟ୍ରାକ୍ଟରେ ରହିବେ। ସେମାନଙ୍କୁ ଜାତୀୟ ସ୍ତରରେ ଭାଗ ନେବାକୁ ମଧ୍ୟ ସୁଯୋଗ ଦିଆଯିବ। ସେହିପରି ଉପବିଜେତାଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ। ଏଥିପାଇଁ କୌଣସି ପ୍ରବେଶ ଦେୟ ରଖାଯାଇ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଫେଶନ ଡ଼ିଜାଇନର ରାମୋଲି, ଓଲିଉଡ଼୍ ଅଭିନେତ୍ରୀ ପ୍ରକୃତି ମିଶ୍ର, ଫେଶନ କୋର୍ରିଓଗ୍ରାଫର ଜନ୍ ଅଜୟ, ସୁଶ୍ରୁତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ ଏବଂ ଉତ୍କଳକନିକା ଗ୍ୟାଲେରୀଆ ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଫେଶନ ଶୋକୁ ସୋପର୍ସ ଷ୍ଟପ୍, ଅଲ ଡ଼୍ୟାଟ୍ ଜାଜ୍, ଲ୍ୟାଟ୍ ଲିଭ, ଜିନି ଆଣ୍ଡ ଜୋନି, ନାଓ ଗ୍ରୋସରୀ, ଇକୋ ବେଲ୍ଲେଜିଆ, ହାଇଟେକ୍ ହସ୍ପିଟାଲ, ଆଡ଼ିକ୍ସନ, ଆଇନ୍ଏଫଡ଼ି, ସାଇନିଂ ଇଭେଣ୍ଟ, ଅଖିଲ ଫଟୋଗ୍ରାଫି, ୟୁନାଇଟେଡ଼୍ ପିକ୍ସେଲ, ବବଲ୍ସ, ୯୨.୭ ବିଗ୍ ଏଫଏମ୍, ମାଇଁ ଭୁବନେଶ୍ୱର, ମେଡ଼୍ ଲାଇଫ୍, ଏପି ଗାରମେଣ୍ଟସ୍, ଗ୍ରୀନ୍ ଭାସନ୍ସ, କଲ୍ଟଫିଟ୍, ସିମ୍ପଲି ୱେ ଏବଂ ଇଭେଣ୍ଟ ସଂସ୍ଥା ଇଣ୍ଟର କନେକ୍ଟ ସହଭାଗିତାରେ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories