www.samajalive.in
Monday, December 15, 2025
27.1 C
Bhubaneswar

ପଶୁ ଇଞ୍ଜେକସନ୍‌ ମଣିଷକୁ ଦେବା ଘଟଣା: କାର୍ଯ୍ୟରେ ଅବହେଳା କରିଥିବା ଏଏସଆଇ ନିଲମ୍ବିତ

ଠାକୁରମୁଣ୍ଡା : ସମାଜର ମହାପ୍ରଭାବ। ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ । ପଶୁ ଇଞ୍ଜେକସନ୍‌ ମଣିଷକୁ ଦେବା ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ରିଷୀକେଶ ଡ୍ୟାନଦେଓ ଖିଲାରୀ ।

ଗତ ଶନିବାର ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତ ନାମକ ବ୍ୟକ୍ତିଙ୍କ ଅଣ୍ଟା ବ୍ୟଥା କରୁଥିବା ବେଳେ ସେ ବିଶ୍ୱନାଥ ବେହେରା ନାମକ ନକଲି ଡାକ୍ତର ତଥା କ୍ବାକଙ୍କ ପାଖକୁ ଆସିଥିଲେ। ଏହାପରେ ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ବିଶ୍ୱନାଥ ତାଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ; ଏକାଥରକେ ତିନିଟି ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ ହୋଇଥିଲା। ବିଶ୍ୱନାଥ ଇଞ୍ଜେକସନ୍‌ ଦେବା ପରେ ଶ୍ରୀକାନ୍ତଙ୍କୁ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ଶ୍ରୀକାନ୍ତ ତାଙ୍କ ପୁଅ ମନୋଜକୁ ଫୋନ୍‌ ଘରୁ ଟଙ୍କା ଆଣିବା ପାଇଁ କହିଥିଲେ। ବାପାଙ୍କ ଫୋନ୍‌ କଲ ପାଇବା ପରେ ମନୋଜ ଟଙ୍କା ଧରି ଆସିଥିଲେ। ତେବେ କ୍ୱାକ୍‌ଙ୍କୁ ଟଙ୍କା ଦେଲାବେଳେ ମନୋଜଙ୍କ ନଜର ଇଞ୍ଜେକ୍‌ସନ୍‌ ଉପରେ ପଡ଼ିଥିଲା। ଇଞ୍ଜେକ୍‌ସନ୍‌ ଉପରେ କେବଳ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ମେଲୋକ୍ସିକାମ (MELOXICAM) ଲେଖାଥିଲା। ଏହା ଜାଣିବା ପରେ ସେ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ମନୋଜ ଗ୍ରାମବାସୀଙ୍କ ସହ ମିଶି ବିଶ୍ବନାଥଙ୍କୁ ମହୁଲଡିହା ଥାନାରେ ଜିମା ଦେଇଥିଲେ । ହେଲେ ସେତେବେଳେ କାର୍ଯ୍ୟରତ ଥିବା ଏଏସଆଇ ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ କ୍ବାକଙ୍କୁ ଛାଡି ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଇଞ୍ଜେକସନ୍‌ ନେଇଥିବା ଶ୍ରୀକାନ୍ତ ମହାନ୍ତଙ୍କ ଏକ ଲିଖିତ ଅଭିଯୋଗ ପରେ ହତ୍ୟା ଉଦ୍ୟମ, ଭୁଲ ଇଞ୍ଜେକସନ୍‌ ଦେଇ ଠକିବା, ଏବଂ କାର୍ଯ୍ୟରେ ଅବହେଳା ପରି ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଆସାମୀ ସେତେବେଳେ ବହୁତ ସମୟ ପାଇଥିଲା ଫେରାର ହେବା ପାଇଁ । ଯାହା ଫଳରେ ଆଜି ପର୍ଯ୍ୟନ୍ତ ପୁଲିସ ସେହି ଠକ କ୍ବାକକୁ ଧରିବାରେ ବିଫଳ ହୋଇଛି । ଆଜକୁ ୫/୬ ଦିନ ବିତି ଯାଇଥିଲେ ମଧ୍ୟ ଆସାମୀକୁ ଧରି ନପାରିବା ଯୋଗୁଁ ପୁଲିସର ପାରିବା ପଣିଆ ପଦାରେ ପଡିଛି । ତେବେ ଏତେ ସବୁ କାର୍ଯ୍ୟରେ ଅବହେଳା କରିଥିବା ଏଏସଆଇ ପବିତ୍ର ମୋହନ ରାଉତଙ୍କ ସମ୍ପର୍କରେ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ।

- Advertisement -

 

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories