www.samajalive.in
Thursday, December 11, 2025
27.1 C
Bhubaneswar

କୁକୁଡ଼ା ଚାଷ ନିମନ୍ତେ କୁକୁଡ଼ା ଛୁଆ ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର ବଡବ୍ରାହ୍ମଣଗୁଡାଠାରେ ଓଡ଼ିଶା ଜୀବିକା ମିଶନ ତରଫରୁ କୁକୁଡ଼ା ଚାଷ ନିମନ୍ତେ କୁକୁଡ଼ା ଛୁଆ ବଣ୍ଟନ କରାଯାଇଛି । ଓଡ଼ିଶା ଜୀବିକା ମିଶନ ତରଫରୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହେବା ପାଇଁ କୁକୁଡ଼ା ଚାଷ ଏକ ଉତ୍କୃଷ୍ଟ ମାଧ୍ୟମ । କୁକୁଡ଼ା ଚାଷ ପାଇଁ ଶିଙ୍ଗାରି ପଞ୍ଚାୟତର ସାନ ଓ ବଡବ୍ରାହ୍ମଣଗୁଡା ଗାଁର ୪୦ଜଣ ହିତାଧିକାରୀଙ୍କୁ ଜଣକ ପିଛା ୨୫ଟି ଲେଖାଏଁ ସୋନାଲି ପ୍ରଜାତିର କୁକୁଡ଼ା ଛୁଆ ବଣ୍ଟନ କରାଯାଇଛି । ଏହାକୁ କିପରି ଭାବରେ ପାଳନ କରିବେ ବ୍ଲକ ପ୍ରାଣୀଧନ ଚିକିତ୍ସକ ଚିନ୍ମୟ କୁମାର ସାହୁ ଉପସ୍ଥିତ ରହି ମହିଳାମାନଙ୍କୁ ପ୍ରାଞ୍ଜ୍ବଳ ଭାବରେ ବୁଝାଇଥିଲେ । ହିତାଧିକାରୀମାନେ ନିଜନିଜ ଘରେ କୁକୁଡ଼ା ଛୁଆ ରଖି ପାଳନ କରିବେ, ତାହାକୁ ଓଡ଼ିଶା ଜୀବିକା ମିଶନର ପ୍ରାଣୀମିତ୍ର ସମସ୍ତ ପ୍ରକାର ସହଯୋଗ ଓ ତଦାରଖ କରିବେ । ଏହାଦ୍ୱାରା ହିତାଧିକାରୀମାନେ ସ୍ୱାବଲମ୍ବୀ ସହ ରୋଜଗାରକ୍ଷମ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ  ନାଲା ପ୍ରେପକା, ମହିଳା ସଂଘର ସଭାନେତ୍ରୀ କୁମାରୀ ପୂଜାରୀ, ଓଡ଼ିଶା ଜୀବିକା ମିଶନର ସମସ୍ତ କର୍ମଚାରୀ, ବ୍ଲକ ପ୍ରକଳ୍ପ ପରିଚାଳକ କଳ୍ପତରୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପୂର୍ବରୁ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ବୁଡୁଣୀ ଗାଁରେ, ଜକୁଡି, କାନସୁର ଗାଁରେ ଲୀୟର ଜାତୀୟ କୁକୁଡ଼ା ପ୍ରାୟ ଦୁଇ ଶହଟି ବଣ୍ଟନ କରାଯାଇଛି ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories