www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ୨ ସପ୍ତାହ ସମୟ ମାଗିଲା ଏଏସ୍‌ଆଇ

ପୁରୀ: ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାର ଶୁଣାଣି ହୋଇଛି । ଏହି ମାମଲାରେ ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟଙ୍କ ନିକଟରେ ସମୟ ମାଗିଛି ଏଏସଆଇ । ବିସ୍ତୃତ ତଥ୍ୟ ସମ୍ବଳିତ ସତ୍ୟପାଠ ଦେବାକୁ ଏଏସ୍‌ଆଇ ହାଇକୋର୍ଟଙ୍କ ନିକଟରେ ୨ ସପ୍ତାହ ସମୟ ମାଗିଥିବା ଜଣାପଡ଼ିଛି । ଏଥିସହିତ ହାଇକୋର୍ଟ ରାଜ୍ୟ ସରକାର ଓ ଏଏସ୍‌ଆଇ ବିଶେଷଜ୍ଞ ଟିମ୍‌ ମିଳିତ ଭାବେ ପରିଦର୍ଶନ କରିବାକୁ ନିର୍ଦେଶ ଦେଇଛନ୍ତି । ପରିଦର୍ଶନ କରିବା ପରେ ପୁନଃ ରିପୋର୍ଟ ଦେବାକୁ କୁହାଯାଇଛି । ଏହି ମାମଲାରେ ଏକ ଇଣ୍ଟରଭେନିଂ ପିଟିସନ ମଧ୍ୟ ହାଇକୋର୍ଟରେ ଦାୟର ହୋଇଛି । ମେ’ ୧୬ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯିବ ବୋଲି ​‌କୋର୍ଟ କହିଛନ୍ତି ।  ବେଆଇନ ଖନନକୁ ନେଇ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ମାମଲା ହୋଇଥିଲା । ଆଉ ଏହି ଶ୍ରମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମଧ୍ୟ ଲୋକସଭାରେ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପରେ ଏହି ପ୍ରସଙ୍ଗରେ ଗୃହରେ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ବିବୃତି ରଖିଥିଲେ । ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories