www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ତର୍ଜାତିକ କ୍ରିକେଟ୍‌ରୁ ପୋଲାର୍ଡଙ୍କ ଅବସର

ମୁମ୍ବଇ : ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଦଳର ସୀମିତ ଓଭର ଅଧିନାୟକ କୈରନ୍ ପୋଲାର୍ଡ ବୁଧବାର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ସାରାବିଶ୍ବରେ ସେ ବିଭିନ୍ନ ଟ୍ବେଣ୍ଟି ଓ ଟି-୧୦ ଲିଗ୍ ଖେଳିବା ଜାରିରଖିବେ ବୋଲି ୩୪ ବର୍ଷ ବୟସ୍କ ପୋଲାର୍ଡ କହିଛନ୍ତି। ୨୦୦୭​‌େ​‌ର ଦିନିକିଆ ପଦାର୍ପଣ କରିଥିବା ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ପୋଲାର୍ଡ ଭାରତ ବିପକ୍ଷରେ ଅଧିନାୟକ ଭାବେ ଅନ୍ତିମ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିଥିଲେ। ମୁମ୍ବଇ ଇଣ୍ଡିଆନ୍‌ସର ତାରକା ଅଲ୍‌ରାଉଣ୍ଡର ପୋଲାର୍ଡ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ଅବସର ଘୋଷଣା କରିଛନ୍ତି। ଟ୍ବେଣ୍ଟି୨୦ କ୍ରିକେଟ୍‌ ଦୁନିଆର ମହାନ୍ ଖେଳାଳି ମାନ୍ୟତା ପାଇଥିବା ପୋଲାର୍ଡ ଛକା ମାରିବାରେ ସିଦ୍ଧହସ୍ତ ଥିଲେ। ହର୍ସେଲ ଗିବ୍‌ସ ଓ ଯୁବରାଜ ସିଂହଙ୍କ ପରେ ୩ୟ ବ୍ୟାଟ୍‌ସମ୍ୟାନ ଭାବେ ପୋଲାର୍ଡ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାର ଆକିଲା ଧନଞ୍ଜୟଙ୍କ ଏକ ଓଭରରେ ୬ଟି ଛକା ମାରିଛନ୍ତି। ପୋଲାର୍ଡ ଟେଷ୍ଟମ୍ୟାଚ୍‌ ଖେଳିନଥିଲେ ହେଁ ୨୦୧୨ରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତିଥିବା ୱେଷ୍ଟଇଣ୍ଡିଜ୍ ଦଳର ପ୍ରମୁଖ ସଦସ୍ୟ ଥିଲେ।
ପୋଲାର୍ଡ ୧୨୩ଟି ଦିନିକିଆ ମ୍ୟାଚ୍‌ ଖେଳି ୨୭୦୬ ରନ୍ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୧୧୯ ରନ୍‌ ଥିବା ବେଳେ ସେଥିରେ ୩ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ରହିଛି। ଦିନିକିଆରେ ସେ ମୋଟ୍‌ ୫୫ଟି ୱିକେଟ୍‌ ନେଇଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ସେ ୧୦୧ଟି ମ୍ୟାଚ୍‌ ଖେଳି ୧୫୬୯ ରନ୍ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୭୫ ରନ୍ ରହିଥିବା ବେଳେ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ବୋଲିଂରେ ସେ ୪୨ଟି ୱିକେଟ୍‌ ହାସଲ କରିଛନ୍ତି। ଆନ୍ତର୍ଜାତିକ ଓ ଘରୋଇ ଲିଗ୍‌କୁ ମିଶାଇ ପୋଲାର୍ଡ ମୋଟ୍‌ ୫୮୭ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୧୧୫୦୯ ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୧୦୪ ରନ୍‌। ଏଥିରେ ଗୋଟିଏ ଶତକ ଓ ୫୬ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ଖେଳିଥିବା ସମସ୍ତ ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୩୦୫ଟି ୱିକେଟ୍‌ ନେଇଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories