www.samajalive.in
Wednesday, December 10, 2025
15.1 C
Bhubaneswar

କନଷ୍ଟେବଳଙ୍କ ଗୁଳିରେ ଏପଲ କମ୍ପାନୀ ପ୍ରବନ୍ଧକ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ ପୁଣି ଥରେ ବିବାଦରେ ଛନ୍ଦି ଯାଇଛି। ବିଳମ୍ବିତ ରାତିରେ ଲକ୍ଷ୍ନୌ ସନ୍ନିକଟ ଗୋମତୀ ନଗର ବିସ୍ତାର ୟୁପି ପୁଲିସ ବାହିନୀର ଜଣେ ସିପାହୀ ପ୍ରଶାନ୍ତ ଚୌଧୁରୀଙ୍କ ଗୁଳିରେ ମଲ୍ଟିନ୍ୟାସନାଲ କମ୍ପାନୀ ଏପଲର ପ୍ରବନ୍ଧକ ବିବେକ ତିୱାରୀଙ୍କ ମୃତ୍ୟୁ ଘଟିଛି। ସେ ଏପଲ କମ୍ପାନୀରେ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ବିବେକ ତାଙ୍କର ଜଣେ ସହକର୍ମୀଙ୍କୁ ଘରେ ଛାଡ଼ିବାକୁ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ବିବେକ ତାଙ୍କ ସହକର୍ମୀ ସହ ଫେରୁଥିବାବେଳେ ଗୋମତୀ ନଗରଠାରେ ଦୁଇ ପୁଲିସ ଅଧିକାରୀ ସେମାନଙ୍କ ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତେବେ ବିବେକ ଗାଡ଼ି ନ ରଖି ଚାଲିଯିବାକୁ ଉଦ୍ୟମ କରିବାରୁ ତାଙ୍କ ଗାଡ଼ି ଉପରୀପୁଲିସ କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ ଗୁଳି ମାରିଥିଲେ। ଗୁଳି ବିବେକଙ୍କ ମୁଣ୍ଡରେ ମାଡ଼ ହେବା ସହ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା।
ବିବେକଙ୍କ ସହ ଗାଡ଼ିରେ ଥିବା ସନା ଖାନଙ୍କ ଅଭିଯୋଗ ଅନୁଯାୟୀ ଗୋମତୀ ନଗର ବିସ୍ତାର ନିକଟରେ ବିବେକଙ୍କ ଗାଡ଼ି ଛିଡ଼ା ହୋଇଥିଲା। ଏହି ସମୟରେ ଦୁଇ ଜଣ ପୁଲିସ ସେଠାରେ ପହଞ୍ଚିଥିଲେ। ରାସ୍ତା ଉପରେ ଗାଡ଼ି ଛିଡ଼ା କରିବାକୁ ପୁଲିସ ବାରଣ କରୁଥିବା ଭାବି ବିବେକ ଓ ତାଙ୍କ ସହକର୍ମୀ ଗାଡ଼ି ଚଲାଇ ଯିବାକୁ ଉଦ୍ୟମ କରିବାକୁ ତାଙ୍କ ଗାଡ଼ି ଉପରେ ପୁଲିସ ଗୁଳି ମାଡ଼ କରିଥିବା ଅଭିଯୋଗ କରିଛନ୍ତି ସନା। ପୁଲିସ ଗୁଳିରେ ବିବେକଙ୍କ ମୁଣ୍ଡରୁ ରକ୍ତ ବାହାରିବା ସହ ଗାଡ଼ିଟି ଅଣ୍ଡରପାସ୍‍ ପାଚେରୀରେ ଧକ୍କା ଲାଗି ଅଟକି ଯାଇଥିଲା। ପରେ ପୁଲିସ ଆସି ଉଭୟଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଏହି ଘଟଣା ବିବେକଙ୍କ ପରିବାରବର୍ଗଙ୍କୁ ଆଚମ୍ବିତ କରି ଦେଇଛି। ବିବେକଙ୍କ ପତ୍ନୀ କଳ୍ପନା ୟୁପି ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ନଆସିବା ପର୍ଯ୍ୟନ୍ତ ବିବେକଙ୍କ ଅନ୍ତିମସଂସ୍କାର କରାଯିବ ନାହିଁ ବୋଲି ସେ ଅଡ଼ି ବସିଛନ୍ତି।
ଅପରପକ୍ଷରେ ପୁଲିସ ଏହି ଘଟଣାରେ ଭିନ୍ନ ଯୁକ୍ତି ଉପସ୍ଥାପନ କରିଛି। ବିବେକଙ୍କ ଗାଡ଼ି ସନ୍ଦେହଜନକ ଅବସ୍ଥାରେ ସେଠାରେ ଛିଡ଼ା ହୋଇଥିଲା। ଗାଡ଼ିର ଲାଇଟ ମଧ୍ୟ ବନ୍ଦ ଥିଲା। ଯେତେବେଳେ ସେମାନେ ବିବେକଙ୍କୁ ଗାଡ଼ିରୁ ବାହାରିବାକୁ ନିର୍ଦେଶ ଦେଲେ ବିବେକ ପୁଲିସ କର୍ମୀଙ୍କ ଉପରେ ଗାଡ଼ି ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ଗୁଳି ଚଲାଇ ଥିଲା।
ପୁଲିସର ଏଭଳି ଯୁକ୍ତିକୁ ଖଣ୍ଡନ କରିଛନ୍ତି କଳ୍ପନା। ଯଦି ବିବେକ ଗାଡ଼ି ନେଇ ପଳାଉ ଥିଲେ ତେବେ ତାଙ୍କ ଗାଡ଼ି ନମ୍ବର ଆରଟିଓରୁ ଯାଞ୍ଚ କରି ତାଙ୍କ ନାମରେ ମାମଲା ରୁଜୁ କରାଯାଇ ପାରିଥାନ୍ତା। ଯେଉଁ ସହକର୍ମୀ ବିବେକଙ୍କ ସହ ଗାଡ଼ିରେ ଥିଲେ ତାଙ୍କୁ ମଧ୍ୟ କଳ୍ପନା ଚିହ୍ନିଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଉଭୟେ ଏପଲ କମ୍ପାନୀରେ କାର୍ଯ୍ୟ କରନ୍ତି।
ବିବେକଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ମୁଣ୍ଡରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷରେ ବ୍ୟବଚ୍ଛେଦ ସମୟରେ ପୁଲିସ ଅଧିକାରୀ ବ୍ୟବଚ୍ଛେଦ ଗୃହରେ ଯାଇ କାର୍ଯ୍ୟରତ ଡାକ୍ତରଙ୍କ ସହ ରୁଦ୍ଧଦ୍ୱାର ବୈଠକ ଘଟଣାର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ ଗୁଳି ମାରିଥିବା କନେଷ୍ଟବଳଙ୍କୁ ଗିରଫ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories