www.samajalive.in
Sunday, December 7, 2025
18.1 C
Bhubaneswar

ସୁସ୍ଥ ହୃଦୟ : ‘ମୋ ହୃଦୟ, ଆପଣଙ୍କ ହୃଦୟ’

ଆମ ପ୍ରତ୍ୟେକଙ୍କର ଜୀବନ ହୃଦୟକୁ ନେଇ। ହୃଦୟ ଖୁସି ହୋଇପାରେ, ଦୁଃଖିତ ବି, ଯନ୍ତ୍ରଣା ବି ପାଇପାରେ ଆଉ ମୁର୍ମୁଷୁବି। ଜୀବନ ସଞ୍ଚାରରେ ହୃତ୍‍ପିଣ୍ଡ ନରହିଲେ ମଣିଷ ଜୀବନର ଗଠନ ହିଁ ନାହିଁ। ଆଜିର ସମୟରେ ସବୁଠାରୁ ଯନ୍ତ୍ରଣା, ସବୁଠାରୁ ହାତ ପାହାନ୍ତାର ରୋଗ ହେଉଛି ହୃଦ୍‍ରୋଗ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୧କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଅସ୍ୱାଭାବିକ ହୃଦ୍‍ରୋଗ ଶିକାରରେ ସେମାନଙ୍କ ପ୍ରାଣବାୟୁ ଉଡିଯାଉଛି। ଯାହାର ବଡ଼ କାରଣ ହେଉଛି ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା। ତେଣୁ ସେପ୍ଟେମ୍ବର ମାସ ୨୯ ତାରିଖକୁ ପ୍ରତିବର୍ଷ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯିବା ସହ ହୃଦୟ ସମ୍ପର୍କିତ ଅନେକ ଜାଣିବା କଥା ଲୋକମାନଙ୍କ ପାଖରେ ପହଞ୍ଚାଯାଇଥାଏ। ହୃଦ୍‍ରୋଗ ଯେ, କେତେ ପ୍ରାଣଘାତକ ଏହାକୁ ସମଗ୍ର ବିଶ୍ୱରେ ସୂଚୀତ କରିବା ପାଇଁ ବିଶ୍ୱ ହୃଦୟ ଦିବସର ଅଭିଯାନ। ସ୍ୱିଇଜରଲ୍ୟାଣ୍ଡର ଜେନେଭା ଠାରେ ୧୯୯୯ ମସିହାରେ ହୃଦୟର ଯତ୍ନ ନେବା ସମ୍ପର୍କରେ ସମସ୍ତଙ୍କ ଭିତରେ ସଜାଗ କରିବାର ଆଭିମୁଖ୍ୟରୁ ଏହି ଅଭିଯାନର ଆରମ୍ଭ। ପ୍ରତିବର୍ଷ ହୃଦୟ ଦିବସରେ ଅଲଗା ଅଲଗା ବାର୍ତ୍ତା ରହିଥାଏ। ଚଳିତବର୍ଷର ବାର୍ତ୍ତା ହେଉଛି – ‘ମୋ ହୃଦୟ, ଆପଣଙ୍କ ହୃଦୟ’। ହୃଦ୍‍ରୋଗ ହେଉଛି ମୁଖ୍ୟତଃ ଚାରିପ୍ରକାରର। ହୃତ୍‍ପିଣ୍ଡ ଧମନୀରେ ରକ୍ତପ୍ରବାହରେ ବାଧା ହୋଇ ସୃଷ୍ଟି ହୋଇଥିବା ହୃଦରୋଗ, ଜନ୍ମଗତ ହୃଦ୍‍ରୋଗ, ରକ୍ତଚାପ ଜନିତ ହୃଦ୍‍ରୋଗ ଓ ଆଣ୍ଠୁଗଣ୍ଠି ବାତ ଜନିତ ହୃଦ୍‍ରୋଗ। ବର୍ତ୍ତମାନର ଅବ୍ୟବସ୍ଥିତ ଜୀବନଶୈଳୀ, କର୍ମଚାପ ଭିତରେ ଖାଦ୍ୟ ଓ ବିଶ୍ରାମର ଅଭାବ ଏହାର ମୁଖ୍ୟ କାରଣ। ଏହାସହ ନିଶା ସେବନ ଅନ୍ୟ ଏକ କାରଣ ଏବଂ କର୍ମ ଓ ବ୍ୟସ୍ତତା ଅନୁଯାୟୀ ନିଦ୍ରା ଅଭାବରୁ ରକ୍ତଚାପ, ବହୁମୂତ୍ର, ଓଜନ ବଢ଼ିବା ଏବଂ ମାନସିକ ଅବସାଦରୁ ହୃଦ୍‍ରୋଗର ସମ୍ଭାବନା ବଢ଼ିଯାଏ। ଛାତିର ଠିକ୍‍ ମଝିରେ ହୃଦୟର ସ୍ଥାନ। ଏହାର ଡାହାଣ ଭାଗ କେବଳ ଫୁସ୍‍ଫୁସ୍‍କୁ ରକ୍ତ ଯୋଗାଏ ଓ ବାମ ଭାଗ ଶରୀରର ଅବଶିଷ୍ଟ ଅଙ୍ଗକୁ ରକ୍ତ ପ୍ରବାହିତ କରିଥାଏ। ଜଣେ ବଡ଼ ଲୋକର ହୃଦୟର ଓଜନ ପାଖାପାଖି ୩୫୦ଗ୍ରାମ ଯାହାକି ୧୨ସେଣ୍ଟିମିଟର ଲମ୍ବ ଓ ୮ ସେଣ୍ଟିମିଟର ଚଉଡା। ଏକ ମିନିଟରେ ହୃଦୟଟି ୭୨ଥର ଭାବରେ ଦିନରେ ୧,୦୩,୬୮୦ଥର ସ୍ପନ୍ଦିତ ହୋଇଥାଏ। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ଏହି ହୃଦ୍‍ରୋଗର ଶିକାର ହେଉଛନ୍ତି। ଏହା ହିଁ ଆଜିର ସମୟରେ ବହୁତ ବଡ଼ ସମସ୍ୟା।
ହୃଦ୍‍ରୋଗର ସମ୍ଭାବନା ଆଶଙ୍କା ହେଲେ ବିଭିନ୍ନ ପ୍ରକାର ପରୀକ୍ଷା ବ୍ୟବସ୍ଥା ରହିଛି ଯେପରି ଇସିଜି ବା ଇକେଜି, ଚେଷ୍ଟ ଏକ୍ସ-ରେ, ଷ୍ଟ୍ରେସ୍‍ ଟେଷ୍ଟ, ଇକୋ କାର୍ଡିଓଗ୍ରାମ, କାର୍ଡ଼ିଆକ୍‍ କେଥେଟରାଇଜେସନ୍‍, ଇଲେକ୍ଟ୍ରୋ ଭିଜିଓଲୋଜି ଟେଷ୍ଟ, ସିଟି ହାର୍ଟ ସ୍କାନ, ହାର୍ଟ ଏମ୍‍ଆର୍‍ଆଇ, ପେସମେକର ଓ ଆଞ୍ଜିଓପ୍ଲାଷ୍ଟ, କୋଲେଷ୍ଟେରୋଲ ଇତ୍ୟାଦି। ପ୍ରତିମାସରେ ଥରେ ଉପବାସ ରହିବା ଖୁବ୍‍ ଭଲ। ନିଜକୁ ଚାପମୁକ୍ତ କରି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିଲେ ହୃଦ୍‍ରୋଗର ଆଶଙ୍କା ନାହିଁ। ପ୍ରତିଦିନ କିଛି ସମୟ ବ୍ୟାୟାମ ଓ ମେଦବହୁଳତା ଠାରୁ ଦୂରେଇ ରୁହନ୍ତୁ। ରକ୍ତରେ କୋଲେଷ୍ଟେରୋଲ ପରିମାଣ ବଢ଼ିଗଲେ ହୃଦ୍‍ରୋଗ ହେବାର ଆଶଙ୍କା ରହିଥାଏ ଏଣୁ ରକ୍ତଚାପ ଓ କୋଲେଷ୍ଟେରୋଲ ନିୟମିତ ବ୍ୟବଧାନରେ ପରୀକ୍ଷା କରନ୍ତୁ। ସୁଷମ ଖାଦ୍ୟ, ସବୁଜ ପନିପରିବା, ଫଳ ବହୁତ ଭଲ। ଅଧିକ ତେଲ ମସଲା, ରାଗ, ଘିଅ, ଲହୁଣୀ, ମାଂସ ଠାରୁ ଦୂରେଇ ରୁହନ୍ତୁ। ନିଜ ଖାଦ୍ୟରେ ଯେପରି କମ୍‍ ଲୁଣ ବ୍ୟବହାର ହୋଇଥାଏ ସେ ଦିଗକୁ ନଜର ରଖନ୍ତୁ। ବିଶ୍ୱସ୍ତରରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହୃଦ୍‍ଘାତ ଓ ହୃଦ୍‍ରୋଗ। ବ୍ୟବସ୍ଥିତ ଜୀବନ ଶୈଳୀ ନିଶ୍ଚିନ୍ତ ଭାବରେ ଆପଣ ମାନଙ୍କୁ ହୃଦ୍‍ରୋଗକୁ ରକ୍ଷା କରିବ ଏ ବିଶ୍ୱାସ ରଖନ୍ତୁ।
ଡାକ୍ତର ଚନ୍ଦ୍ରକାନ୍ତ ମିଶ୍ର, ସହଯୋଗୀ ପ୍ରଫେସର, ହୃଦ୍‍ରୋଗ ବିଭାଗ,
ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ, କଟକ, ଦୂରଭାଷ : ୯୪୩୭୨୭୭୮୬୪

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories