www.samajalive.in
Sunday, December 7, 2025
26.1 C
Bhubaneswar

ଦକ୍ଷିଣ ଆଫ୍ରିକାରେ ଭୀଷଣ ବନ୍ୟା ; ୪୦୦ ମୃତ

ଜୋହାନସବର୍ଗ : ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ଦେଶରେ ଭୀଷଣ ବନ୍ୟା ପରିସ୍ଥିତି ପାଇଁ ରାଷ୍ଟ୍ରରେ ଜରୁରୀକାଳୀନ ପରିସ୍ଥିତି ସହ ଏହାର ମୁକାବିଲା କରିବା ପାଇଁ ଅନେକ ଆବଶ୍ୟକୀୟ ପଦକ୍ଷେପ ଘୋଷଣା କରିଛନ୍ତି। ବନ୍ୟା ପାଇଁ ତଟୀୟ ଅଞ୍ଚଳରେ କେଜେଡଏନରେ ୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ ଅଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଦେଶରେ ୪୦,୦୦୦ରୁ ଅଧିକ ଲୋକେ ବାସହରା ହୋଇ ଯାଇଛନ୍ତି।
କୋଭିଡ -୧୯ କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବା ପରେ ରାଷ୍ଟ୍ରପତି ପୁଣି ବନ୍ୟା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଚାରି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି ରାମଫୋସା କହିଛନ୍ତି।
ବର୍ତ୍ତମାନ ବନ୍ୟା ପରିସ୍ଥିତି ଡରବନରୁ ସମଗ୍ର ଦେଶକୁ ଇନ୍ଧନ ଲାଇନ ଏବଂ ଖାଦ୍ୟ ଯୋଗାଣରେ ବାଧା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଗତ କିଛି ଦିନ ହେବ ପ୍ରବଳ ବର୍ଷା ପରେ ଭୂସ୍ଖଳନ ପରିସ୍ଥିତି ଯୋଗୁଁ କେଜେଡଏନରେ ନିଖୋଜ ମାନଙ୍କୁ ଉଦ୍ଧାରକାରୀ ଦଳ ଖୋଜୁଛନ୍ତି । ଏହି ବିପର୍ୟ୍ୟୟରେ ୪୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories