www.samajalive.in
Saturday, December 6, 2025
26.1 C
Bhubaneswar

ମୁହଁ ଓ କେଶ ପାଇଁ ଦେଶୀ ଘିଅର ବ୍ୟବହାର

ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଦେଶୀ ଘିଅର ବ୍ୟବହାର ଆମେ ଅନେକ ମାତ୍ରାରେ କରିଥାଉ। ଦେଶୀ ଘିଅକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ଦେଶୀ ଘିଅ ଦ୍ୱାରା ଆମେ ଚୁଟି ଓ ମୁହଁକୁ ମଧ୍ୟ ନୂଆ ରୂପ ଦେଇପାରିବା। ଏହାର ବ୍ୟବହାର ଆମ ଚୁଟି ଓ ମୁହଁ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଦେଶୀ ଘିଅ ଦ୍ୱାରା ଚୁଟି ଓ ମୁହଁକୁ କିପରି ସୁନ୍ଦର କରିବା …ମୁହଁର ଶୁଷ୍କତା:
ଯଦି ଆପଣଙ୍କ ମୁହଁ ଶୁଷ୍କ ହେଉଥାଏ ତେବେ ଅଧିକ ଦାମୀକିଆ କ୍ରିମ୍‍ ବ୍ୟବହାର ସମସ୍ତେ କରିଥାନ୍ତି। କ୍ରିମ୍‍ ବଦଳରେ ଦେଶୀ ଘିଅ ବ୍ୟବହାର କରନ୍ତୁ। ଦେଶୀ ଘିଅକୁ ଅଳ୍ପ ଉଷୁମ କରି ଗାଧୋଇବା ବେଳେ ମୁହଁରେ ଭଲ ଭାବରେ ମାଲିସ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁ କୋମଳ ହେବା ସହ ଶୁଷ୍କତା ଦୂର ହୋଇଯିବ।
କଳା ଦାଗ:
ମୁହଁରେ କଳା ଦାଗ ହେଉଥିଲେ ଆପଣ ପାର୍ଲରକୁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ଦାଗ ସମ୍ପୁର୍ଣ୍ଣ ରୂପେ ଯାଇ ନଥାଏ। ମୁହଁରୁ କଳା ଦାଗ ଛଡାଇବା ପାଇଁ ଦେଶୀ ଘିଅର ବ୍ୟବହାର କରନ୍ତୁ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁର ଯେଉଁ ଜାଗାରେ କଳା ଦାଗ ହୋଇଥିବ ସେଠାରେ ଦେଶୀ ଘିଅ ଲଗାଇ ଶୋଇ ଯାଆନ୍ତୁ। ସକାଳୁ ଉଠି ଭାବରେ ମୁହଁ ଧୋଇ ଦିଅନ୍ତୁ। ଅଳ୍ପ ଦିନ ପରେ ମୁହଁରେ କଳା ଦାଗ ଛାଡିଯିବ।ସାମାନ୍ୟ ଦାଗ:
ମୁହଁରେ କିଛି ସାମାନ୍ୟ ଦାଗ ଚିହ୍ନ ରହିଥିଲେ ଦେଶୀ ଘିଅର ବ୍ୟବହାର କରି ପାରିବେ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ହାତରେ ଅଳ୍ପ ଦେଶୀ ଘିଅ ନେଇ ଦାଗ ହୋଇଥିବା ଜାଗାରେ ଭଲ ଭାବରେ ମାଲିସ କରି ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ମୁହଁକୁ ଧୋଇ ତୁଳାରେ ପୋଛି ଦିଅନ୍ତୁ। କିଛି ଦିନ ପରେ ମୁହଁରୁ ଦାଗ ଚିହ୍ନ ଲିଭିଯିବ।
ଚୁଟି ବଢାଇବା:
ଚୁଟିକୁ ଲମ୍ବା କରିବା ନିମନ୍ତେ ଦେଶୀ ଘିଅ ମାଲିସ କରନ୍ତୁ। ଦେଶୀ ଘିଅରେ ଅଅଁଳା ତେଲ ଓ ପିଆଜ ରସ ମିଶାଇ ମଧ୍ୟ ଲଗାଇ ପାରିବେ। ସପ୍ତାହରେ ଥରେ ଚୁଟିରେ ଦେଶୀ ଘିଅ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ଚୁଟି ଶୀଘ୍ର ବଢିବା ସହ ଝଡିବା ମଧ୍ୟ ବନ୍ଦ ହୋଇଯାଏ। ଏହା ସହ ଚୁଟି ଘନ ଓ ଆକର୍ଷଣୀୟ ହୋଇଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories