ପୁରୀ : ଶନିବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ୩ ପର୍ଯ୍ୟଟକ ନିଖୋଜ ହୋଇ ଯାଇଥିଲେ ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କ ସନ୍ଧାନ ମିଳି ନାହିଁ। ଖୋଜାଖୋଜି ଜାରି ରଖାଯାଇଛି।
ସମୁଦ୍ରରେ ନିଖୋଜ ବ୍ୟକ୍ତି ଜଣକ ହେଲେ ବଂଶୀଧର ବେହେରା ଏବଂ ସେ ବାଲେଶ୍ୱରର ବାସିନ୍ଦା। ଆଜି ସକାଳେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସି ସମୁଦ୍ର କୂଳରେ ଗାଧୋଉଥିଲେ। ପୁଅ ସାମ୍ନାରେ ଲହରୀ ଭିତରେ ଗାଧୋଇବା ସମୟରେ ସେ ଭାସି ଯାଇଥିଲେ ବୋଲି ଜଣାପଡିଛି।
ସମୁଦ୍ରରେ ଗାଧୋଇବା ବେଳେ ପୁଅ ଆଗରେ ଭାସିଗଲେ ବାପା ; ଉଦ୍ଧାର ହେଲେ ୨ ପର୍ଯ୍ୟଟକ
Popular Categories



