www.samajalive.in
Sunday, December 7, 2025
14.1 C
Bhubaneswar

ପୁଲିସ-ଓକିଲ ବିବାଦ ; ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି

-ସୁପ୍ରିମକୋର୍ଟ ନିର୍ଦେଶ ମାନିଲେନି ଆଇନଜୀବୀ,  -ପ୍ରଧାନ ଓ ମୁଖ୍ୟ ବିଚାରପତିଙ୍କ କୁଶ ପୁତ୍ତଳିକା ଦାହ

କଟକ : ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାକୁ ମାନିଲେନି ଆଇନଜୀବୀ। ଆନ୍ଦୋଳନକୁ ଜୋରଦାର କରିଛନ୍ତି ଆଇନଜୀବୀ। ଆଜି ହାଇକୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଦେଖାଯାଇଥିଲା ଅଭାବନୀୟ ପରିସ୍ଥିତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଇନଜୀବୀମାନଙ୍କ ମହଲରେ ଦେଖାଯାଇଥିଲା ଅସନ୍ତୋଷ।
ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ କେବଳ ବିଚାରପତିଙ୍କ ବ୍ୟତିତ ଅନ୍ୟ କାହାରିକୁ ଭିତରକୁ ଛାଡିନଥିଲେ। ଫାଟକ ସମ୍ମୁଖରେ ବିଚାରପତିଙ୍କ ଗାଡ଼ିକୁ ଅଟକାଇବା ଫଳରେ ବିଚାରପତିମାନେ କୋର୍ଟ ଭିତକୁ ଚାଲିଚାଲି ପ୍ରବେଶ କରୁଥିବା ଦେଖିବା ପାଇଁ ମିଳିଥିଲା। କିନ୍ତୁ ମୁଖ୍ୟ ବିଚାରପତି ଆସିନଥିଲେ। ସେହିପରି ଆଇନଜୀବୀମାନେ ପ୍ରଧାନ ବିଚାରପତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଫଟୋ ଧରି ବିଭିନ୍ନ ନାରାବାଜି ଦେଇ ଅଦାଲତ ବାହାରରେ ପରିକ୍ରମା କରିଥିଲେ। ଶେଷରେ ଉଭୟ ବିଚାରପତିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀ ଗିରଫ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ ଶୁକ୍ରବାର ନିଷ୍ପତ୍ତି ନେଇଛି। ଆସନ୍ତା ୩ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜି ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ବ୍ୟାପି ଏହି ଆନ୍ଦୋଳନ ଚାଲୁରଖିବା ପାଇଁ ସମସ୍ତ ବାରକୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଏକତରଫା ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଯେଉଁ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି, ସେହି ମାମଲାରେ ବାର ଆବେଦନକାରୀ ନୁହେ କି ପକ୍ଷଭୁକ୍ତ ପାଇଁ ଆବେଦନ କରିନାହି। ତେବେ ସର୍ବୋଚ୍ଚ ଅଦାଲତଙ୍କ ଏପରି ନିର୍ଦ୍ଦେଶନାମା ଉପରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ଆଲୋଚନା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଆସନ୍ତା ବୁଧବାର ସାଧାରଣ ପରିଷଦ ବୈଠକରେ ନିଆଯିବ ବୋଲି ସଂପାଦକ କହିଛନ୍ତି। ଅନ୍ୟପକ୍ଷରେ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟ, ନିମ୍ନ ଅଦାଲତକୁ ଅଚଳ କରିଦେଇଥିଲେ ଆଇନଜୀବୀ। ତେବେ ଆସନ୍ତକାଲି ଠାରୁ କୌଣସି ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ନାହି ବୋଲି ବାର ସଂପାଦକ କହିଛନ୍ତି। ସୂଚନାଯୋଗ୍ୟ ଅଗଷ୍ଟ ମାସ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଲିସ ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ ପୁଲିସଙ୍କୁ ଗିରଫ କରିବା ଦାବି କରି ଗତ ୨୯ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories