www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଦେଶକୁ ସମର୍ପିତ କରିବା ମୋର ସୌଭାଗ୍ୟ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ନୂତନ ଭାବେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟର ଉଦଘାଟନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାକୁ ପ୍ରଥମ ଟିକେଟ କିଣିଥିଲେ। ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ଏହି ସଂଗ୍ରହାଳୟ ପ୍ରାୟ ୨୧୭ କୋଟି ଟଙ୍କା ବ୍ୟୟରେ ୧୫,୬୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହୋଇଛି । ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ସେମାନଙ୍କ କାର୍ୟ୍ୟକାଳ ମଧ୍ୟରେ କରାଯାଇଥିବା କାର୍ୟ୍ୟ ବିଷୟରେ ଏଠାରେ ସୂଚନା ଦିଆଯାଇଛି । ଏହି ସଂଗ୍ରହାଳୟ ମାଧ୍ୟମରେ ସ୍ୱାଧୀନ ଭାରତର ସମସ୍ତ ସରକାରଙ୍କ କାର୍ୟ୍ୟକଳାପ ଏବଂ ଦେଶର ସମୃଦ୍ଧ ଗଣତାନ୍ତ୍ରିକ ଇତିହାସ ଚିତ୍ରିତ ହୋଇଛି।
ଏହି ଅବସରରେ  ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି , ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜାତୀୟ ମାନ୍ୟତାର ଜୀବନ୍ତ ଉଦାହରଣ ଭାବରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଉଭା ହୋଇଛି। ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଯୋଗୁଁ ଦେଶର ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଆଜି ଦେଶର ପ୍ରତିନିଧିତ୍ୱ କରିପାରିବେ।
ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀର କାର୍ୟ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ଏହି ସଂଗ୍ରହାଳୟ ନିର୍ମାଣରେ ସହଯୋଗ କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟ ମଧ୍ୟ ଏହି କାର୍ୟ୍ୟକ୍ରମରେ ଜଡିତ ଅଛନ୍ତି।

ନୂତନ ଓ ପୁରାତନ ସଂଗ୍ରହାଳୟର ସୁନ୍ଦର ସମ୍ମିଶ୍ରଣରେ ଏହି ସଂଗ୍ରାଳୟ ନିର୍ମାଣ କରାଯାଇଛି। ‘ବ୍ଲକ ୱାନ୍‍’ ଭାବେ ନାମିତ ‘ନେହେରୁ ମିୟୁଜିୟମ ବିଲଡିଙ୍ଗ’କୁ ମଧ୍ୟ ଏଥିରେ ମିଶାଯାଇ ଉନ୍ନୀତ କରାଯାଇଛି।

- Advertisement -

ସଂଗ୍ରାହଳୟରେ ଗୁରୁତ୍ୱପୂର୍ଣ୍ଣ ଚିଠି,କିଛି ବ୍ୟକ୍ତିଗତ ବସ୍ତୁ,ଉପହାର ଓ ସ୍ମରଣୀୟ ବସ୍ତୁ, ସମ୍ମାନ ପଦକ, ସ୍ମାରକ ଟିକେଟ,ମୁଦ୍ରା, ଆଦି ପ୍ରଦର୍ଶିତ କରାଯାଇଛି। ଦୂରଦର୍ଶନ, ଚଳଚ୍ଚିତ୍ର ବିଭାଗ, ସଂସଦ ଟିଭି, ରକ୍ଷା ମନ୍ତ୍ରାଳୟ,ଗଣମାଧ୍ୟମ(ଭାରତୀୟ ଓ ବିଦେଶୀ), ବିଭିନ୍ନ ଖବରକାଗଜ,ବିଦେଶ ମନ୍ତ୍ରାଳୟ ଆଦି ସଂସ୍ଥାନ ମାଧ୍ୟମରୁ ତଥ୍ୟ ଏକତ୍ରିତ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଭବନର ପରିକଳ୍ପନା ଏକ ଉଦୀୟମାନ ଭାରତର କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଛି । ସଂଗ୍ରହାଳୟରେ ସୂଚନା ଦେବା ପାଇଁ ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।
ପୁରାତନ ଓ ନୂତନ ଅଭିନବ ସମ୍ମିଶ୍ରଣ କୁହାଯାଉଥିବା ଏହି ନୂତନ ସଂଗ୍ରହାଳୟର ଲୋଗୋଟିରେ ଭାରତୀୟମାନଙ୍କ ହାତ ସବୁ ଚକ୍ରଟିଏ ଧରିଥିବାର ଦୃଶ୍ୟ ରହିଛି। ଯାହା ଜାତିର ଏବଂ ଏହାର ଜୀବନ୍ତ ଗଣତନ୍ତ୍ରର ପ୍ରତୀକ।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories