www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରସିଦ୍ଧ ଉମର ହନୁମାନ ଜୀଉ ପୀଠରେ ମାନସିକ କଳସ ଯାତ୍ରା

କୁଆଁପାଳ: କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଉମର ସ୍ଥିତ ରାଜ୍ୟ ପର୍ଯ୍ୟଟନ ସ୍ଥଳ ବଳଦେବଜୀଉ ଓ ହନୁମାନ ଜୀଉ ପୀଠରେ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମାନସିକ କଳସ ଶୋଭାଯାତ୍ରାରେ ଯୋଗଦେଇ ମନ୍ଦିର ପରିସରରେ ଘଟ ସ୍ଥାପନ କରିଛନ୍ତି । ଏଥି ନିମନ୍ତେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ନାହଙ୍ଗ କଚେରୀ ପୋଖରୀ ନିକଟରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମାନସିକ କଳସୀରେ ଜଳ ବରଣୀ କରି ଏକ ବିରାଟ ପାରୁଆରେ ବାଜା ବାଣ ରୋଷଣୀ ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ବାହାରି ମହା ଆଡମ୍ବରରେ ଯାଇ ମନ୍ଦିରରେ ପହଞ୍ଚି ନିଜ ନିଜର କଳସ ସ୍ଥାପନ କରିଥିଲେ ।

ଏହି ଶୋଭାଯାତ୍ରାରେ ମଧ୍ୟ କୁନି କୁନି ପିଲାମାନଙ୍କଠାରୁ ଆରମ୍ଭକରି ଆବାଳ ବୃଦ୍ଧ ବନିତା ସେମାନଙ୍କର ମନସ୍କାମନା ପୂରଣ ନିମନ୍ତେ ହନୁମାନ ବେଶରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।  ଏଥିରେ ବହୁ ଶ୍ରଦ୍ଧାଳୁ ମଧ୍ୟ ଭଗବାନ ରାମ ଲକ୍ଷ୍ମଣ ଓ ମାତା ସୀତା ଆଦି ବେଶ ଧାରଣ କରି ଶୋଭାଯାତ୍ରାରେ ଯୋଗଦେଇଥିଲେ । ମନ୍ଦିରରେ ଶ୍ରଦ୍ଧାଳୁ ମାନେ ପହଂଚିବାପରେ ବିଧି ଅନୁଯାୟୀ  ପ୍ରଭୁ ମହାବୀରଙ୍କ ସାନିଧ୍ୟ ଲାଭ ପାଇଁ ପୂଜାର୍ଚନା କରି ଆନନ୍ଦ ବଜାରରେ ପ୍ରସାଦ ସେବନ କରିବା ସହ ଆଜି ପ୍ରତ୍ୟୁଷରୁ ସମୂହ ୧୦୮ ହନୁମାନ ଚାଳିଶା ପାଠ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ହନୁମାନ ପୀଠରେ ଜଣେ ଶ୍ରଦ୍ଧାଳୁ ନିଜର ସନ୍ତାନ ପ୍ରାପ୍ତି ନିମନ୍ତେ ମାନସିକ କଳସ ସ୍ଥାପନ କରିବା ପରେ ତାଙ୍କର ସନ୍ତାନ ପ୍ରାପ୍ତି ହେବାରୁ ଦୀର୍ଘ ବର୍ଷ ଧରି ହନୁମାନ ଜୟନ୍ତୀରେ ମାନସିକ କଳସ ଯାତ୍ରା ଅନୁଷ୍ଠିତ ହୋଇଆସୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories