www.samajalive.in
Wednesday, December 10, 2025
16.1 C
Bhubaneswar

କବି ନଟବର ଧଳସାମନ୍ତଙ୍କ ପାଣ୍ଡୁଲିପି ଉଦ୍ଧାର

ବାଙ୍କୀ: ଡମପଡାଗଡର ସୁବିଖ୍ୟାତ କବି ୰ନଟବର ଧଳସାମନ୍ତ ଓଡ଼ିଶାର ପାଲା ପରମ୍ପରାର ଜଣେ ପ୍ରସିଦ୍ଧ କବି ଭାବରେ ବେଶ୍‍ ପ୍ରତିଷ୍ଠିତ। ଉଚ୍ଚକୋଟୀର ରଚନା ଶୈଳୀର ପରିଭାଷା ଏବେ ପାଲା ଗାୟକଙ୍କ ପ୍ରସିଦ୍ଧିର ନାମ ବହନ କରିଛି। ନିକଟରେ ଡମପଡାଗଡରୁ ସ୍ୱର୍ଗତଃ ନଟବର ଧଳସାମନ୍ତଙ୍କର ଏକ କବିତା ପାଣ୍ଡୁଲିପି ଉଦ୍ଧାର କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ମିଳିଥିବା ପାଣ୍ଡୁଲିପିକୁ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏହାକୁ ମୁଦ୍ରଣ କରାଯାଇ ଏକ ପୁସ୍ତକ ପ୍ରକାଶନ ନିମନ୍ତେ ସ୍ଥାନୀୟ ବୁଦ୍ଧିଜିବୀ ସଙ୍କଳ୍ପ କରିଛନ୍ତି। ପୂଜାର୍ଚ୍ଚନା ସମୟରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଭବାନୀଶଙ୍କର ଧଳସାମନ୍ତଙ୍କ ଉପରେ ପାଣ୍ଡୁଲିପି ପ୍ରକାଶନ ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡିଛି। ସନ୍ତୋଷ କୁମାର ଧଳ, ନିରାକାର ପ୍ରସାଦ ସାମନ୍ତରା, କାଶୀନାଥ ରାଉତ, ରୁଦ୍ର ନାରାୟଣ ଧଳ, ବିଶ୍ୱ ମୋହନ କର, ଭବାନୀପ୍ରସାଦ ଧଳ ଓ ପ୍ରମୋଦ ଧଳସାମନ୍ତ ପ୍ରମୁଖ ଉପସ୍ଥିତ ରହି ଲକ୍ଷ୍ମୀ ମନ୍ଦିରରେ ପ୍ରାପ୍ତ ହୋଇଥିବା ପାଣ୍ଡୁଲିପିକୁ ପୂଜାର୍ଚ୍ଚନା କରାଯାଇଥିବା ନିରାକାର ପ୍ରସାଦ ସାମନ୍ତରା ପ୍ରକାଶ କରିଛନ୍ତି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories