ରାଜ୍ୟରେ କେମିତି କାମ କରୁଛି ପୁଲିସ ? ଜାଣନ୍ତୁ ସର୍ଭେ ରିପୋର୍ଟ
ଲଖନଉ: ପୁଲିସର କାର୍ଯ୍ୟକୁ ନେଇ କେତେ ସନ୍ତୁଷ୍ଟ ଜନତା? ଅପରାଧ ବିରୋଧରେ କେତେ ସକ୍ରିୟ ରହିଛି ପୁଲିସ ? ପୁଲିସ କାର୍ଯ୍ୟ ଦକ୍ଷତାକୁ ନେଇ କେଉଁ ଜିଲ୍ଲାରେ ଖୁସି ଅଛନ୍ତି କେତେ ଲୋକ ? ଏପରି କିଛି ପ୍ରଶ୍ନର ଉତ୍ତର ଜଣିବାକୁ ଉତ୍ତରପ୍ରଦେଶର ଗୋରଖପୁରରେ ଏକ ନୂଆ ପ୍ରୟାସ କରାଯାଇଛି । ଏନେଇ ୧୧ ଜିଲ୍ଲାରେ ସୋସିଆଲ ମିଡିଆରେ ସର୍ଭେ ହୋଇଛି ।
ଗୋରଖପୁର, ଦେବରିଆ, ଗୋଣ୍ଡା, କୁଶୀନଗର, ମହାରାଜଗଞ୍ଜ, ବସ୍ତି, ସର୍ଦ୍ଧାଥ ନଗର, ବଳରାମପୁର ପରି ୧୧ଟି ଜିଲ୍ଲାରେ ସର୍ଭେ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିବା ଦେଖିବାକୁ ମିଳିଛି । ଏହି ସର୍ଭେରେ ବଳରାମପୁରର ପୁଲିସକୁ ଲୋକମାନେ ସର୍ବାଧିକ ପସନ୍ଦ କରୁଥିବା ବେଳେ ଗୋଣ୍ଡା ଜିଲ୍ଳାରେ ପୁଲିସର କାର୍ଯ୍ୟକୁ ଲୋକମାନେ ସବୁଠାରୁ ଅଧିକ ନାପସନ୍ଦ କରିଛନ୍ତି । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ପୁଲିସର ସପକ୍ଷ ଓ ବିପକ୍ଷରେ ମତାମତ ଦେଖିବାକୁ ମିଳିଛି । ଏହି ସର୍ଭେରେ ୭୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି ।
Comments are closed.