www.samajalive.in
Tuesday, December 9, 2025
16.1 C
Bhubaneswar

କାଳିକା କାମନାଙ୍କର ମେରୁଯାତ୍ରା ଅନୁଷ୍ଠିତ

ବାଙ୍କୀ: ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମରେ କାଳିକା କାମନାଙ୍କର ପାରମ୍ପରିକ ମେରୁ ଯାତ୍ରା ଦୀର୍ଘବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ଏହି ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ ଅଧିନ ଚଣ୍ଡିପୁର ପାଟଣା(ଘୋଳପୁର) ଗ୍ରାମରେ ବହୁ ପ୍ରସିଦ୍ଧ ମେରୁ ଯାତ୍ରା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେରୁ ପର୍ବ ପାରମ୍ପରିକତାର ସହ ପାଳିତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ପାରମ୍ପରିକ ପୂଜା ଓ ବିଧି ଯାତ୍ରା ସହିତ ଲୋକମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ଦେବାପାଇଁ ବଲାଙ୍ଗିର ଢୋଲମହୁରୀ କଳାପରିଷଦ ପକ୍ଷରୁ ଚିତାକର୍ଷକ ଆଦିବାସୀ ଲୋକନୃତ୍ୟ ପରିବେଷିତ ହୋଇଥିଲା। ପ୍ରଥମେ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ରାମଚଣ୍ଡୀ ଯୁବକ ସଂଘର ସଭାପତି ପିଣ୍ଟୁଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍‍ ହରିହର ଖଟୁଆ, ସମ୍ମାନୀତ ଅତିଥି ସରପଞ୍ଚ ଗତିକୃଷ୍ଣ ସ୍ୱାଇଁ, ସମିତିସଭ୍ୟ କୃଷ୍ଣଚନ୍ଦ୍ର ବରାଳ ପ୍ରମୁଖ ଯୋଗଦେଇ କାଳିକା କାମନାଙ୍କର ମେରୁ ତଥା ଦଣ୍ଡ ଯାତ୍ରା ସହିତ ଲୋକପରମ୍ପରାକୁ ଆଧ୍ୟାତ୍ମିକ ଭାବରେ ବଞ୍ଚାଇ ରଖିବାର ଦୀର୍ଘବର୍ଷଧରି ଚଣ୍ଡିପୁର ପାଟଣାରେ ସହଯୋଗ ବଜାୟ ରହିଥିବା ପ୍ରକାଶ କରିଛନ୍ତି। ଅନୁଷ୍ଠାନର ସମ୍ପାଦକ ମୁନା ସାହୁଙ୍କ ସମେତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ। ପରେପରେ ଅତିଥି ଅନୁଷ୍ଠାନ ବଲାଙ୍ଗିରର ଢୋଲ ମହୁରୀ କଳାପରିଷଦର ଚିତାକର୍ଷକ ନୃତ୍ୟ ପରିବେଷଣ ସମସ୍ତଙ୍କର ମନ ମୋହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories