www.samajalive.in
Saturday, December 6, 2025
16.1 C
Bhubaneswar

ପୌର ନିର୍ବାଚନରେ ସଂରକ୍ଷଣ ମାମଲା ; ହାଇକୋର୍ଟର ରାୟକୁ କାଏମ ରଖିଲା ସୁପ୍ରିମକୋର୍ଟ

ଭୁବନେଶ୍ୱର: ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ଏହା ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି । ମୋଟ୍ ସଂରକ୍ଷଣ ୫୦%ରୁ ଅଧିକ ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବରସ୍ତ ହୋଇଥିଲେ।

ସେପ୍ଟେମ୍ବର ୩୦ରୁ ୨୦୧୯ ଫେବ୍ରୁଆରି ୧୩ ତାରିଖ ମଧ୍ୟରେ ରାଜ୍ୟରେ ୯୩ଟି ପୌରାଞ୍ଚଳର ପୌର ନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ  ଅଞ୍ଚଳ ପରିଷଦ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି। ପୌର ନିର୍ବାଚନରେ ରାଜ୍ୟର ଅନୁସୂଚିତ ଅଞ୍ଚଳକୁ ଛାଡ଼ି ଅନ୍ୟ ଅଞ୍ଚଳରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ନରଖିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟର ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ କୋର୍ଟର ଦ୍ବରସ୍ତ ହୋଇଥିଲେ। ତେବେ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କ ନିର୍ଦେଶକୁ ବଳବତ୍ତର ରଖିଛନ୍ତି।

- Advertisement -

ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ସମୂଦାୟ ସଂରକ୍ଷଣ ୬୬ ପ୍ରତିଶତ ରହିଛି । ଏହା ୨୦୧୦ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଘଂନ  କରୁଥିବା ନେଇ ହାଇକୋର୍ଟରେ ୧୦୦ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories