www.samajalive.in
Saturday, December 6, 2025
14.1 C
Bhubaneswar

ମଶା ଉପଦ୍ରବରୁ ରକ୍ଷା କରେ ରସୁଣ

ରସୁଣକୁ ସର୍ବଦା ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ଏହାର ବ୍ୟବହାର ଦ୍ୱାରା ଖାଦ୍ୟରେ ସ୍ୱାଦ ବଢିଥାଏ। ଛୋଟ ପିଲାଙ୍କୁ ଥଣ୍ଡା ହୋଇଥିଲେ ରସୁଣର ବ୍ୟବହାର ଦ୍ୱାରା ତାହା ଠିକ ହୋଇଥାଏ। ରସୁଣର କିଛି ଏପରି କାମ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘରୋଇ କାମରେ ରସୁଣର ବ୍ୟବହାର ଦ୍ୱାରା କେମିକାଲ ଠାରୁ ଆମେ ଦୂରେଇ ପାରିବା।
ଚଟାଣ ସଫା:
ଚଟାଣକୁ ସଫା କରିବା ପାଇଁ ଆମେ ସାଧାରଣତଃ କେମିକାଲଯୁକ୍ତ ଦ୍ରବ୍ୟ ବ୍ୟବହାର କରିଥାଉ। ରସୁଣର ବ୍ୟବହାର କରି ମଧ୍ୟ ଆପଣ ଚଟାଣକୁ ସଫା କରିପାରିବେ। ଗୋଟିଏ ଛୋଟ ବୋତଲରେ ୪ରୁ ୫ଟି ରସୁଣ ନିଅନ୍ତୁ। ସେହି ବୋତଲରେ ଭିନେଗାର ଓ ୫ବୁନ୍ଦା ଲେମ୍ବୁ ରସ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ମିଶ୍ରଣକୁ ପାଣିରେ ଅଳ୍ପ ବୁନ୍ଦା ପକାଇ ଚଟାଣକୁ ସଫା କରନ୍ତୁ। ଏପରି କରିବା ଦ୍ୱାରା ଚଟାଣ ଭଲ ଭାବେ ସଫା ହେବା ସହ ଜୀବାଣୁ ନଷ୍ଟ ହୋଇଥାନ୍ତି। କୀଟାଣୁ ନଷ୍ଟ:
ବଗିଚାରେ ଲଗାଯାଇଥିବା ଗଛରେ ସାଧାରଣତଃ ଅନେକ କୀଟାଣୁ ଘର କରି ନେଇଥାନ୍ତି। ରସୁଣର ବାସ୍ନା ମଧ୍ୟ ଜୀବାଣୁକୀଟାଣୁ ନଷ୍ଟ କରି ଦେଇଥାଏ। ରସୁଣରେ ପ୍ରସ୍ତୁତ କରାଯାଇଥିବା କୀଟନାଶକ ଔଷଧ ଜୀବାଣୁଠାରୁ ଘରକୁ ମୁକ୍ତ କରିଥାଏ। କୀଟନାଶକ ଔଷଧ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅଧ କପ ପାଣିରେ ଲିକ୍ୱିଡ ସାବୁନ ମିଶାନ୍ତୁ। ରସୁଣରେ ପେଷ୍ଟ ପ୍ରସ୍ତୁତ କରି ସେହି ଲିକ୍ୱିଡ ସହ ମିଶାଇ ଦିଅନ୍ତୁ। ତାପରେ ସେହି ମିଶ୍ରଣକୁ ଘରେ ସନ୍ଧ୍ୟା ଓ ରାତି ସମୟରେ ଛିଞ୍ଚି ଦିଅନ୍ତୁ। ଏହାକୁ ବଗିଚାରେ ମଧ୍ୟ ଛିଞ୍ଚି ପାରିବେ।

ମଶା ଦୂର କରେ:
ରସୁଣର ବ୍ୟବହାର ଦ୍ୱାରା ଆମେ ମଶା ଠାରୁ ମଧ୍ୟ ରକ୍ଷା ପାଇପାରିବା। ମଶା ଆକ୍ରମଣରୁ ବଞ୍ଚିବା ପାଇଁ ରସୁଣକୁ କାଟି ତାକୁ ଦେହରେ ଲଗାଇ ପାରିବେ। କିମ୍ବା ଘରର ଯେଉଁ ସ୍ଥାନରେ ଅଧିକ ମଶା ହେଉଥିବ ସେହି ସ୍ଥାନରେ ରସୁଣରୁ ଚୋପା ଛଡାଇ ରଖି ଦିଅନ୍ତୁ। ଏପରି କରିବା ଦ୍ୱାର ମଶା ଆପଣଙ୍କ ଆଖପାଖରେ ରହିବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories