www.samajalive.in
Wednesday, December 10, 2025
18.1 C
Bhubaneswar

ଗୋଟିଏ ଜିଲାର ଦୁଇ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ବର: ଶୁକ୍ରବାର ଦୁଇଟି ପୃଥକ ପୃଥକ କଲେଜର ଦୁଇ ଜଣ ଛାତ୍ରୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୋଟିଏ ଘଟଣା ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟଟି ସିମୁଳିଆ ଅଞ୍ଚଳର ବୋଲି ଜଣାପଡିଛି ।
ନୀଳଗିରି ମହିଳା କଲେଜର ଜଣେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ସସ୍ମିତା ଦେ (୨୦) ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଅନ୍ୟ ସହପାଠିନୀଙ୍କ ସହ ଶୋଇଥିଲେ । ହେଲେ ଶୁକ୍ରବାର ଦିନ ୧୧ଟା ବେଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ଉଦ୍ଧାର କରାଯାଇଥିଲା । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ନୀଳଗିରି ପୁଲିସ ଓ ବାଲେଶ୍ବରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ସିମୁଳିଆ ମହାବିଦ୍ୟାଳୟର ସସ୍ମିତା ପଣ୍ଡା ନାମକ ଜଣେ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଛାତ୍ରୀଙ୍କ ଘର ସରୋ ଥାନା ଅନ୍ତର୍ଗତ ସବିରା ପଞ୍ଚାୟତ ଗାଁର ଏବଂ ସେ ମାର୍କୋଣା ମେସରେ ରହି ପାଠ ପଢୁଥିଲେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସରୋ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories