ଲକ୍ଷ୍ମୀପୁର: ଆମ୍ବ ଗଛରୁ ପଡ଼ି ଜଣେ ଯୁକକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକଙ୍କ ଶିଶିର ଦାମୀ, ବୟସ (୨୮)। ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମର ଶିଶିର ଗୁରୁବାର ଅପରାହ୍ଣରେ ଗ୍ରାମ ନିକଟରେ ଥିବା ଏକ ଆମ୍ବ ଗଛରେ ଚଢ଼ି ସୁଖି ଯାଇଥିବା ଏକ ଡାଳକୁ ଜାଳେଣି ପାଇଁ କାଟୁ ଥିବା ବେଳେ ସେ ତଳକୁ ଖସି ପଡ଼ଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଏହି ଘଟଣା ଘଟିଥିବା ବେଳେ ରାତି ଯୋଗୁଁ ଶବ ବ୍ୟବଛେଦ ହୋଇ ପାରି ନଥିଲା। ଏନେଇ କାକିରିଗୁମା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଶୁକ୍ରବାର ଶବ ବ୍ୟବଛେଦ ପରେ ପରିବାର ଜିମା ଦିଆ ଯାଇଛି। ମୃତକ ଜଣଙ୍କ ଜଣେ ଗରିବ ଶ୍ରେଣୀର ହୋଇଥିବା ସହିତ ତାଙ୍କର ଏକ ୯ ବର୍ଷର ଝିଅ ଓ ବିଧବା ପତ୍ନୀ ଅଛନ୍ତି।
Popular Categories



