www.samajalive.in
Saturday, December 6, 2025
14.1 C
Bhubaneswar

ଏବିଭିପି ଛାତ୍ରଙ୍କ ପାଦ ଧରିଲେ ଅଧ୍ୟାପକ

ଭୋପାଳ: ରାଜୀବ ଗାନ୍ଧି ସ୍ନାତକ ବିଶ୍ବବିଦ୍ୟାଳୟର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‍ ଚହଳ ସୃଷ୍ଟି କରିଛି। ଭିଡିଓରେ ଜଣେ ଅଧ୍ୟାପକଙ୍କୁ କିଛି ଛାତ୍ରଙ୍କ ପାଦ ଧରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାଟି ବୁଧବାର ବିଶ୍ବବିଦ୍ୟାଳୟ ପରିସରରେ ଘଟିଥିଲା। କିଛି ଏବିଭିପି ଛାତ୍ରଙ୍କ ନାରାବାଜିକୁ ବିରୋଧ କରିବାରୁ ଅଧ୍ୟାପକଙ୍କୁ ଛାତ୍ରସଂଗଠନ ପକ୍ଷରୁ ରାଷ୍ଟ୍ରବିରୋଧୀ ବୋଲି ପ୍ରଚାର କରୁଛନ୍ତି। “ଭାରତ ମାତା କି ଜୟ’ ନାରାବାଜିକୁ ଅଧ୍ୟାପକ ଜଣକ ବିରୋଧ କରିଥିଲେ ବୋଲି ଏବିଭିପି ଛାତ୍ର ସଂଗଠନ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ର ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇ ଥିଲା। ଅଧ୍ୟାପକଙ୍କୁ ରାଷ୍ଟ୍ରବିରୋଧୀ ବୋଲି ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇ ଥିଲା। ଏଭଳି ଅଭିଯୋଗ ପରେ ଅଧ୍ୟାପକ ଜଣକ ତାଙ୍କ ବିରୋଧରେ ଅଭିଯୋଗ କରୁଥିବା ଛାତ୍ରମାନଙ୍କ ପାଦ ଧରୁଥିବା ଦୃଶ୍ୟ ଭିଡିଓରେ ରେକର୍ଡ କରାଯାଇ ଥିଲା। ଅଧ୍ୟାପକଙ୍କ ଏଭଳି କାଣ୍ଡ ଦେଖି ଏକତ୍ରିତ ହୋଇଥିବା ଛାତ୍ର ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର ସୋନି ଛାତ୍ର ସଂଗଠନର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଛାତ୍ର ସଂଗଠନ ପକ୍ଷରୁ ନାରାବଜି କରାଯାଉ ଥିଲା। ଏହାକୁ ଅଧ୍ୟାପକ ଜଣକ ବିରୋଧ କରିବାରୁ ତାଙ୍କୁ ଛାତ୍ର ସଂଗଠନ ପକ୍ଷରୁ ରାଷ୍ଟ୍ରବିରୋଧୀ ବୋଲି ଅଭିଯୋଗ କରାଯିବା ସହ ତାଙ୍କୁ ଲିଖିତ କ୍ଷମା ପାର୍ଥନା କରିବାକୁ ଦାବି କରାଯାଇ ଥିଲା ତେବେ ଅଧ୍ୟାପକଙ୍କ ପାଲଟା ପଦକ୍ଷେପ ଛାତ୍ରଙ୍କୁ ବେଶ୍‍ ଅଡ଼ୁଆରେ ପକାଇ ଦେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories