www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ବାଚନ ପୂର୍ବରୁ କାଲିମେଳା ବିଜେଡି କମିଟି ପୁନର୍ଗଠନ

କାଲିମେଳା: ନିର୍ବାଚନ ଆଉ କେତେଟା ମାସ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବିଜେଡି କମିଟିର ପୁନର୍ଗଠନ କରାଯାଇଛି। ଗୁରୁବାର ସନ୍ଧ୍ୟା ସମୟରେ ମାନସ ମାଡକାମି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଯେ କାଲିମେଳା ବିଜେଡି କମିଟି ସଦସ୍ୟ ମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଜି ନୂତନ ଭାବେ ଏକ କମିଟି ଗଠନ କରାଯାଇଛି। ସେଥିମଧ୍ୟରୁ କେତେକ ନୂତନ ବିଜେଡି ନେତାଙ୍କୁ କମିଟିରେ ସାମିଲ କରାଯାଇଥିବା ଜଣାପଡିଛିା । ତେବେ ନୂତନ ଭାବେ ଗଠିତ ହୋଇଥିବା କମିଟି ସଦସ୍ୟ ମଧ୍ୟରେ ଗତ ଏକ ବର୍ଷ ତଳେ ବିଜେଡିରେ ଯୋଗଦାନ କରିଥିବା କାଲିମେଳା ବଜାର କମିଟିର ସଭାପତି ଇ.ଭେଙ୍କଟ ରାଓଙ୍କୁ କାଲିମେଳା ବିଜେଡି ବ୍ଲକ ସଭାପତି ଭାବେ ଚୟନ କରାଯାଇଛିା ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସମ୍ଭୁ ବାକଚି ହୋଇଥିବା ବେଳେ ଉପସଭାପତି ଭାବରେ ଶଙ୍କର ହାଲଦାର, ଏଡି.ଦେବ ଦାନମ, ବିଷ୍ଣୁପଦ ମଣ୍ଡଳ, ଆଡମା ସୋଡି, ସାନ୍ଧି ରାମ, ଗଙ୍ଗା ମାଡକାମି, ପ୍ରଦିପ ମଜୁମଦାରଙ୍କୁ ବଛାଯାଇଛି। ସେହିପରି ସାଧାରଣ ସମ୍ପାଦକ ଭାବେ ପୁର୍ବରୁ ଥିବା ଶରତ ଚନ୍ଦ୍ର ବିଶ୍ୱାଳ ରହିଛନ୍ତି। ସମ୍ପାଦକ ଭାବେ ନିରଞ୍ଜନ ବିଶ୍ୱାସ, ଲାଲମୋହନ ମଣ୍ଡଳ, କାର୍ତିକ ସାନା, ସୁକମାର ମଣ୍ଡଳ, ବବୁଲୁ ମଣ୍ଡଳ, ବିକାଶ ମାଢି, ଶ୍ରୀମନ୍ତ ମଣ୍ଡଳ କମିଟିରେ ସାମିଲ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ କିଷ୍ଣା ରାଙ୍ଗୁ ରହିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବରେ ୨୧ ଜଣ ସଦସ୍ୟ ରହିଛନ୍ତି। ଏହା ସହ ବରିଷ୍ଠ ବିଜେଡି ନେତା ବାବାଜୀ ମଲ୍ଲିକଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ରଖାଇଥିବା ବେଳେ ଉପଦେଷ୍ଟା ଭାବେ ରାମବାବୁ, ପରେଶ ମଣ୍ଡଳ, ଅଭିମନ୍ୟୁ ମଣ୍ଡଳ, ତେଲାମ କନ୍ୟା, ନିର୍ମଳ ଚନ୍ଦ୍ର ରାୟ ରହିଛନ୍ତି। ତେବେ ନୂତନ ଭାବେ ବ୍ଲକ ସଭାପତି ହୋଇଥିବା ଇ ଭେଙ୍କଟ ରାଓ ତାଙ୍କର ମତାମତରେ କହିଛନ୍ତି ଯେ ମୁଁ ୧ ବର୍ଷ ତଳେ ବିଜୁ ଜନତା ଦଳରେ ସାମିଲ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲି ମୋର ସଚ୍ଚୋଟ ମନୋଭାବ ତଥା ଦଳପ୍ରତି କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀ ମତେ ଗୁରୁଦାଇତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କୁ କୃତଜ୍ଞତା ଜଣାଇଛି। ଆଗାମୀ ଦିନରେ କାଲିମେଳା ବ୍ଲକରେ ଦଳ କିପରି ମଜବୁତ ହୋଇରହିବ ସମସ୍ତ ସଂଗଠନମାନଙ୍କୁ ନେଇ ଦଳ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି। ଏଥର ଜିଲାରେ ଦଳର ବିଧାୟକ ପାର୍ଥିଙ୍କୁ ପ୍ରାଣପଣେ ଜିତାଇବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି। ବିଧାୟକ ମାନସ ମାଡକାମି ମଧ୍ୟ ନୂତନ କମିଟିର ସଦ୍ୟମାନଙ୍କୁ ଶୁଭେଛା ଜଣାଇବା ସହ ପ୍ରତି ୱାର୍ଡ ସ୍ତରରୁ ଦଳକୁ ସୁଦୃଢ କରିବା ସହିତ ଲୋକଙ୍କ ସମସ୍ୟା ବୁଝିବାକୁ ପରାମର୍ଶ ଦେଇଛନ୍ତି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories