www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ତଃରାଜ୍ୟ ମଟରସାଇକେଲ ଲୁଟେରା ଗିରଫ : ୩୦ ଗାଡି ଜବତ

ଖଣ୍ଡଗିରି : ଗତ କିଛି ଦିନ ହେବ ଇମ୍ଫୋଭ୍ୟାଲି ଓ ଭରତପୁର, ଖଣ୍ଡଗିରି ଆଦି ଥାନା ଅଞ୍ଚଳରେ ମୋଟରସାଇକେଲ ଚୋରି ବୃଦ୍ଧି ପାଇଥିଲା। ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୦ଟି ମଟରସାଇକେଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଗାଡ଼ି ଚୋରି ରାକେଟକୁ ଧରିବା ପାଇଁ କମିସନରେଟ ପୁଲିସର ସ୍ବତନ୍ତ୍ର ଦଳ, ଇମ୍ଫୋଭ୍ୟାଲି, ଭରତପୁର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର,ମଞ୍ଚେଶ୍ବର ଥାନାର ପିଓପିଡି ଓ ୬ ଟି ଦଳକୁ ଦାୟିତ୍ୱ ଦିଆଯାଇଥିଲା। ଗୁରୁବାର ସ୍ବତନ୍ତ୍ର ଦଳ ସହ କମିସନରେଟ ପୁଲିସ ୮ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଠାବ କରିବା ସହ ୩୦ଟି ମଟରସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ବିନ୍ଦିପୁରର ପ୍ରଦିପ ପାଇକରାୟ (୨୨) । ପୁରୀ ପେଣ୍ଠକଟାର ବାଦଲ ବେହେରା (୨୨), ଆକାଶ ବେହେରା (୨୦), ଜୟ ବେହେରା (୨୧), ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବିଶ୍ବନାଥପୁରର ସ୍ମାରକ ଶତପଥୀ (୨୧), ଚନ୍ଦକା ଥାନା ଛତାବର ପଞ୍ଚାୟତ ବିନ୍ଧ୍ୟଗିରୀର ଶ୍ରୀନିବାସ ମହାନ୍ତି (୨୩), ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଟିପୁରର ଅମିନ ସାହୁ (୨୯) ଓ କବିସୂର୍ଯ୍ୟନଗର ଥାନା ଭଟାକାଳିର ମିଥୁନ ବିଶୋଇ (୨୮)। ଶନିବାର ପୁଲିସ ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରିବ ବୋଲି ସୂଚନା ମିଳିଛି।

କେମିତି କରୁଥିଲେ ଯୋଜନା

- Advertisement -

ଚୋରି କରିବା ପୂର୍ବରୁ ଏହି ୬ ଜଣିଆ ଦଳ ପ୍ରଥମେ ଏକ ଯୋଜନା ପ୍ରସ୍ତୁତ କରୁଥିଲା। ଏହି ଯୋଜନା ଅନୁସାରେ ଚନ୍ଦକା ଥାନା ଛତାବର ପଞ୍ଚାୟତ ବିନ୍ଧ୍ୟଗିରୀ ଗ୍ରାମର ଶ୍ରୀନିବାସ ଜଣେ ରାଜମିସ୍ତ୍ରୀ ଭାବେ କାମ କରେ । ଶ୍ରୀନିବାସ ଦିନରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନ ଠିକ୍ କରେ। ଯେଉଁ ଯାଗାରେ ଏକାଧିକ ମଟରସାଇକେଲ ଥାଏ ସେହି ଘରକୁ ଲକ୍ଷ କରିବା ସହ ବିଭିନ୍ନ ପାର୍ଟିକୁ ମଧ୍ୟ ଟାର୍ଗେଟ କରେ। ଏହି ଖବର ମୁଖ୍ୟ ଅଭିଯୁକ୍ତ ପ୍ରଦିପକୁ ଦେଇଥାଏ।

ବିବାହ ଓ ଜନ୍ମ ଦିନ ପାର୍ଟିକୁ କରୁଥିଲେ ଲକ୍ଷ୍ୟ

ମଟରସାଇକେଲ ଚୋରମାନେ ବିଶେଷ କରି ଜନ୍ମ ଦିନ ଓ ବିବାହ ପାର୍ଟିକୁ ଲକ୍ଷ କରୁଥିଲେ। ବିବାହ ଓ ଜନ୍ମ ଦିନ ପାର୍ଟି ସରିବା ପରେ ଲୋକମାନେ କ୍ଲାନ୍ତ ହୋଇ ଶୋଇପଡୁଥିଲେ। ଏହି ସମୟର ଫାଇଦା ନେଇ ଚୋର ମାନେ ସେହି ପାର୍ଟି ନିକଟରେ ରଖିଥିବା ଏକାଧିକ ମଟରସାଇକେଲ ନେବାରେ ସଫଳ ହେଉଥିଲେ। ତେଣୁ ଏହି ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଥିବା ବେଳେ ଜନ୍ମ ଦିନ ହେଉ କିମ୍ବା ବିବାହ ଉତ୍ସବ ସେଠାରୁ ୪/୫ ଖଣ୍ଡ ଗାଡି ନେଇ ଚମ୍ପଟ ମାରୁଥିଲେ।

 

ବସରେ ଆସୁଥିଲେ ଗାଡି ନେଇ ଯାଇଥିଲେ
ଏହି ଆନ୍ତଃରାଜ୍ୟ ଚୋର ଦଳରେ ଚୋରି କରିବା ପାଇଁ ୬ ଜଣ ସଦସ୍ୟ ଥିଲେ। ମୁଖ୍ୟ ଅଭିଯୁକ୍ତ ପ୍ରଦିପର ଇସାରାରେ ଅନ୍ୟ ଚୋର ମାନେ ଚୋରି କରୁଥିଲେ। ସମସ୍ତ ସଦସ୍ୟ ବସ୍ ଯୋଗେ ଆସୁଥିଲେ। ଠାବ କରିଥିବା ସ୍ଥାନ ନିକଟରେ ଜଣେ ଦୁଇ ଜଣ ଜଗି ବସୁଥିଲେ। ଯେତେବେଳେ ଶୂନଶାନ ହୋଇଯାଏ ସେତେବେଳେ ମାଷ୍ଟର ଚାବି ଗାଡିର ଲକ୍ ଖୋଲି ଗଡ଼ାଇ ଗଡ଼ାଇ କିଛି ବାଟ ଆଣିବା ପରେ ଷ୍ଟାଟ କରି ନେଇଥାନ୍ତି। ଗାଡି ଗୁଡିକୁ ଚୋରି କରିଥିବା ସ୍ଥାନର ନିକଟରେ ଥିବା ଜଙ୍ଗଲିଆ ଜାଗାରେ ନେଇ ରଖିଥାନ୍ତି। ପରେ ସହି ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତି।

ଗାଡି ବିକ୍ରି କରିବା ପାଇଁ ରଖିଥିଲେ ଏଜେଣ୍ଟ

ଗାଡି ବିକ୍ରି କରିବା ପାଇଁ ଏହି ୬ ଜଣିଆ ଆନ୍ତଃରାଜ୍ୟ ଚୋର ଦଳ ଦୁଇ ଜଣ ଏଜେଣ୍ଟ ରଖିଥିଲେ। ଗାଡି ଗୁଡିକ ଚୋରି କରିବା ପରେ ବିକ୍ରି କରିବା ପାଇଁ ଗଞ୍ଜାମର ଅମିନ ଓ ମିଥୁନକୁ ଖବର ଦେଇଥାନ୍ତି। ଅମିନ ଗାଡି ଗୁଡିକ ନେବାପାଇଁ ପ୍ରତି ଗାଡି ପିଛା ଏକରୁ ଦୁଇ ହଜାର ଟଙ୍କା ଦେଇଥାଏ। କାରଣ ଅମିନ ଜଣେ ଗାଡି ବେପାରୀ। ସେ ଚୋରି ଗାଡି ବେପାର ଧରା ନପଡିବା ପାଇଁ ନିଜ ଘର ଆଗରେ କିଛି ସେକେଣ୍ଡ ହ୍ୟାଣ୍ଡ ଗାଡି ଥୋଇଥାଏ। କାର,ଜେସିବି, ମୋଟରସାଇକେଲ ଏପରି କିଛି ଗାଡି ରଖି ବେପାର କରେ। ଅମିନ, ମିଥୁନ ସହ ଯୋଗାଯୋଗ କରି ଗ୍ରାହକ ଠିକ୍ କରେ। ବିଭିନ୍ନ ପ୍ରକାର ଗାଡିର ସ୍ଥିତି ଦେଖି ଦର ଧାର୍ଯ ହୁଏ। ଗାଡି ପିଛା ୮ହଜାରରୁ ୨୦ହଜାର ପର୍ଯ୍ୟନ୍ତ ଦରରେ ଗାଡି ବିକ୍ରି ହୁଏ।

ଗାଡି ଫେରସ୍ତ ମେଳା

ଆଜି ଆନ୍ତଃରାଜ୍ୟ ଚୋର ମାନଙ୍କ ଠାରୁ ୩୦ଟି ଗାଡି ଜବତ ହେବା ପରେ ଡିସିପିଙ୍କ କାର୍ଯ୍ୟାଳୟ ପରିସରରେ ଏକ ମଟରସାଇକେଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଫେରସ୍ତ ମେଳାରେ ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆୟୁକ୍ତ ନୀତିନ ଶେଖର, ଉପାୟୁକ୍ତ ଡଃ ଉମା ଶଙ୍କର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ମେଳାରେ ୩୦ଟି ମୋଟରସାଇକେଲ ଜବତ ହୋଇଥିବା ବେଳେ ୧୫ ଜଣ ମାଲିକଙ୍କୁ ଗାଡି ଫେରସ୍ତ ଦିଆଯାଇଛି। ସୂଚନା ଥାଉଯେ, ଗତ ୧୫ ଦିନ ମଧ୍ୟରେ ଇମ୍ଫୋଭ୍ୟାଲି ଥାନାର ଯାଁଳା, ମଦନପୁର, ଗଙ୍ଗପଡା ଆଦି ଅଞ୍ଚଳରୁ ଗାଡି ଚୋରି ହୋଇଥିବା ବେଳେ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗର, ଘାଟିକିଆ, ଭରତପୁର ଆଦି ଅଞ୍ଚଳରୁ ବହୁ ଗାଡି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories