www.samajalive.in
Sunday, December 7, 2025
14.1 C
Bhubaneswar

ପୋସ୍କୋକୁ ଦିଆଯାଇଥିବା ଜମି ଜିନ୍ଦଲକୁ ଆବଣ୍ଟନ କରାଯିବ

ଜଗତସିଂପୁର : ଜଗତସିଂହପୁର ଜିଲାରେ ନିର୍ମାଣ ହେବାକୁ ଥିବା ଦକ୍ଷିଣକୋରିଆ ଇସ୍ପାତ କମ୍ପାନୀ ପୋସ୍କୋକୁ ଦିଆଯାଇଥିବା ଜମିକୁ ଜିନ୍ଦଲ ଷ୍ଟିଲ ୱାକର୍ସ କମ୍ପାନୀକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିନ୍ଦଲ ଏହି ସ୍ଥାନରେ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା ରଖିଛି। ପୋସ୍କୋ ଭାରତରେ ସବୁଠାରୁ ବଡ ନିବେଶକ ଭାବେ ଆସିଥିଲା। କିନ୍ତୁ କୃଷକମାନଙ୍କ ଚାଷଜମି ଅଧିଗ୍ରହଣ ହେବା ଦ୍ୱାରା ସାଧାରଣ ଲୋକମାନେ ଏହାର ବିରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ମତରେ ପୋସ୍କୋ ନିର୍ମାଣ ପାଇଁ ୨,୯୦୦ ଏକର ଜମି ଦିଆଯାଇଥିଲା। ଏହି ଜମି ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ୱାକର୍ସକୁ ଦିଆଯିବ। ଜିନ୍ଦଲ ଷ୍ଟିଲ ୱାକର୍ସ କେବେ କାମ ଆରମ୍ଭ କରୁଛି ଜଣାପଡିନାହିଁ। ଅର୍ଥ ଜମା କରିବାପରେ ହିଁ ଜିନ୍ଦଲକୁ ଜମି ଆବଣ୍ଟନ କରାଯିବ।
ସୂଚନାଯୋଗ୍ୟ ଯେ, ପାରାଦ୍ୱୀପ ନିକଟରେ ପୋସ୍କୋ ବର୍ଷକୁ ୧.୨ କୋଟି ଟନ ଇସ୍ପାତ ଉତ୍ପାଦନର କରିବାର ଯୋଜନା ରହିଥିଲା। ୨୦୧୭ରେ ଶେଷସୁଦ୍ଧା ଏହି କମ୍ପାନୀ କାରଖାନା ନିର୍ମାଣ କରିବାପାଇଁ ଚୁକ୍ତି ହୋଇଥିଲା କିନ୍ତୁ କମ୍ପାନୀ ଏହି ପ୍ରକଳ୍ପରୁ ଓହରି ଯାଇଛି।୨,୭୦୦ ଏକର ଜମି ଯୋଗା ଦେବାପାଇଁ କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲା। କିନ୍ତୁ, ରାଜ୍ୟସରକାର ୧,୮୦୦ ଏକର ଜମି ପ୍ରଦାନ କରିଥିଲେ।

ଏହି ଜମିରେ ପାନ, କାଜୁ, ନଡିଆ ଆଦି ଚାଷ କରାଯାଏ। ଶ୍ରମିକ ସଂଗଠନର ମୁଖ୍ୟ ପ୍ରଫୁଲ ସାମନ୍ତରାଙ୍କ ମତରେ ଏହି ଜମିରୁ ୨.୫୦ଲକ୍ଷ ଗଛ କାଟି ଦିଆଯାଇଛି। ଏହି ଜମିର ୭୫ ଭାଗ ଚାଷ ଜମି। ସରକାର ଜିନ୍ଦଲକୁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ମଧ୍ୟ ବିରୋଧ କରାଯିବ। ଏହାର ଅଧିନରେ ୬ଟି ଗ୍ରାମର ୭୧୮ଟି ପରିବାର ଆସୁଛନ୍ତି। ଏଥି ମଧ୍ୟରୁ ନୋଳିଆସାହି ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହେବ। ୨୪୦ ପରିବାରକୁ ବିସ୍ଥାପନ କରିବାପାଇଁ ଜିନ୍ଦଲ ଯୋଜନା ରଖିଥିବା ରହିଛି। ସେହିପରି ଢିଙ୍କିଆର ୨୦୨, ଗୋବିନ୍ଦପୁର ୧୬୯, ଭୂଆଁପାଲି ୧୨, ପୋଲାଙ୍ଗ ୭୭, ନୂଆଗାଁର ୧୮ ପରିବାର ବିସ୍ଥାପିତ ହେବାର ଯୋଜନା ରହିଛି। ନିୟମଗିରି ପରି ଜଗତସିଂହପୁର ଜମି ଅଧିଗ୍ରହଣକୁ ମଧ୍ୟ ପଲ୍ଲୀସଭା ଉପରେ ଛାଡିଦେବା ଦରକାର ବୋଲି ପ୍ରଫୁଲ ସାମନ୍ତରା କହିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories