www.samajalive.in
Sunday, December 7, 2025
26.1 C
Bhubaneswar

ହୀରାପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ଜିନିଷ ଚୋରି 

ବେଗୁନିଆ : ବେଗୁନିଆ ଥାନା  ଅନ୍ତର୍ଗତ ହୀରାପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘର ସମେତ ପ୍ରସନ୍ନ ଶତପଥୀ ଏବଂ ନିରଞ୍ଜନ ଶତପଥୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ଜିନିଷ ପତ୍ର ଲୁଟି ନେଇଥିବାର ଜଣାପଡିଛି ।ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରର ପଛପଟ ଝରକା ଗ୍ରୀଲ ଏବଂ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି ଆଲମିରାରେ ଥିବା ୧୨ ଲକ୍ଷ ଟଙ୍କାର ସୁନା ଗହଣା ,ନଗଦ୧ ଲକ୍ଷ ଟଙ୍କା, କିଛି ନୂଆ ଏବଂ ପୁରୁଣା ଲୁଗା ,ଦରକାରୀ କାଗଜ ପତ୍ର ସହିତ ଏ ଟି ଏମ୍ କାର୍ଡ ମଧ୍ୟ ନେଇ ପଳାଇଯାଇଛନ୍ତି । ପରିବାରର ଲୋକମାନେ ସକାଳୁ ଉଠି ଆଲମିରା ଖାଲି ପଡିଥିବାର ଏବଂ ସମସ୍ତ ଜିନିଷ ପତ୍ର ଇତଃ ସ୍ତତଃ ପଡିଥିବାର ଦେଖି ୧୧୨ନଂ କୁ ଫୋନ କରିଥିଲେ ।ଦୁର୍ବୃତ୍ତ ମାନଙ୍କର ପାଦ ଚିହ୍ନ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ରହିଥବାବେଳେ ପ୍ରସନ୍ନ ଶତପଥୀଙ୍କ ଘରେ ପଶିବା ପାଇଁ ଉଦ୍ୟମ କରି କବାଟ ତାଡୁଥିବାବେଳେ ଘରଲୋକ ମାନେ ଉଠିପଡିବାରୁ ଘଟଣାସ୍ଥଳରେ ଚପଲ ହଳେ ଛାଡି ପଳାଇଯାଇଛନ୍ତି । ସେହିପରି ନିରଞ୍ଜନ ଶତପଥୀଙ୍କ ଘରେ ପଶିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ଅପରାହ୍ନରେ ସାଇଣ୍ଟିଫିକ ଟିମ ଆସି ଘଟଣାସ୍ଥଳରେ ପଂହଁଚି ତଦନ୍ତ କରି ଫେରି ଯାଇଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories