ଆଜି ବିଶ୍ୱ ଜଳ ଦିବସ

0

ଜାତିସଂଘ ଆନୁକୂଲ୍ୟରେ ମାର୍ଚ୍ଚ ୨୨କୁ ବିଶ୍ବସ୍ତରରେ ‘ବିଶ୍ବ ଜଳ ଦିବସ’ ଭାବେ ପାଳନ କରାଯାଉଛି। ୧୯୯୨ରେ ସର୍ବପ୍ରଥମେ ବ୍ରାଜିଲର ରିଓ ଡି ଜେନେରିଓରେ ଏହି ଦିବସ ପାଳନ ନିମନ୍ତେ ଏକ କମିଟି ପ୍ରସ୍ତାବ ଦେଇଥିଲା। ପରେ ୧୯୯୩ରେ ଏହା ଅନ୍ତର୍ଜାତୀୟସ୍ତରରେ ପାଳନ କରିବାର ନିଷ୍ପତ୍ତି ନିଆଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ବିଶ୍ବର ୨୦୦ରୁ ଅଧିକ ରାଷ୍ଟ୍ରରେ ଏହି ଦିବସ ପାଳିତ ହେଉଥିବାର ପ୍ରକାଶ। ବିଶ୍ବବାସୀଙ୍କୁ ଜଳର ଆବଶ୍ୟକତା, ଜଳ ପ୍ରଦୂଷଣ ବାବଦରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜାତିସଂଘ ସୋସିଆଲ ମିଡିଆରେ ମଧ୍ୟ ଏହି ଦିବସର ପ୍ରଚାର କରାଉଛି। ଲୋକେ ଏବେ ଠାରୁ ସଚେତନ ନହେଲେ ଆଗାମୀ ଦିନରେ ଜଳସମସ୍ୟା ଉତ୍କଟ ହେବ ବୋଲି ବିଶେଷଜ୍ଞଙ୍କ ମତ ।

Leave A Reply