ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଭାରତୀୟ ଜ୍ଞାନ ପ୍ରଣାଳୀ: ବୈଶିକ ଦୃଷ୍ଟିକୋଣ ଓ ପ୍ରୟୋଗ’ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଭାରତୀୟ ଜ୍ଞାନ ପ୍ରଣାଳୀ’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବ ବ୍ୟାଙ୍କ-ଓଏଚଇପିଇଇ ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ଆଇକେଏସ ସଂଯୋଜକ ପ୍ରଫେସର ଅନୁରାଧା ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୮ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ୭୬ଟି ଭିତ୍ତି ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା
Comments are closed.