କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆସନ୍ତା ୨୭ ତାରିଖରୁ ୨୯ ତାରିଖ ଯାଏ ମାରବାଡ଼ି ଯୁବା ମଞ୍ଚ ବିକାଶ ଶାଖାର କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହେବ। ଏନେଇ ହରିଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ସଭାପତି ଅନୁପ ଜୈନ, ସମ୍ପାଦକ ପିୟୁଷ ଜିନ୍ଦଲ, କେସିୟର ଦୀପକ ଜୈନ, ସଂଯୋଜକ ମନୀଷ ଜୈନ, ଅରିହନ୍ତ ଜୈନ, କେଶବ ଅଗ୍ରୱାଲ, ବଜରଙ୍ଗ ଜିନ୍ଦଲ, ଆଦେସ ଜୈନ, ମୟଙ୍କ ଜୈନ, ମୟଙ୍କ ମିତ୍ତଲ ଏବଂ ପ୍ରଚାର ପ୍ରସାର ସଂଯୋଜକ ଆଶିଷ ଖଇତାନ ଉପସ୍ଥିତ ଥିଲେ।
ଏହି ଶିବିରରେ ହାତ ଗୋଡ ନଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ନିଶୁକ୍ଳ କୃତିମ ଅଙ୍ଗ ପ୍ରତ୍ୟାରୋପଣ କରାଯିବ। ୩ ଦିନ ଧରି ଏହି ଶିବିର ଚାଲିବ। ଦିବ୍ୟାଙ୍ଗ ମୁକ୍ତ ଭାରତ ସ୍ଵପ୍ନକୁ ସାକାର କରିବାକୁ ସର୍ବ ଭାରତୀୟ ସ୍ତରରେ ଏଭଳି ମହତ କାମ କରାଯାଉଥିବା ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ସୂଚନା ଦେଇଛନ୍ତି। ଶିବିରରେ ଅଧିକରୁ ଅଧିକ ଲୋକ ସାମିଲ ହେବାକୁ ଲୋକଙ୍କୁ ସଚେତନ କରୁଥିବା ବେଳେ ହେଲ୍ପ ଲାଇନ ନମ୍ବର ୯୦୭୮୯୬୮୯୭୬ (ସଭାପତି) , ୯୯୩୭୧୯୩୬୮୦ (ପ୍ରଚାର ପ୍ରସାର ସଂଯୋଜକ)ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।



