www.samajalive.in
Saturday, December 6, 2025
16.1 C
Bhubaneswar

ପରିବର୍ତ୍ତନର ସୂତ୍ରଧର ପାଲଟିଛି ‘ସମାଜ’ – ହରିବଂଶ

କଟକ: ଦୈନିକ ସମ୍ବାଦପତ୍ର ‘ସମାଜ’ ସାରା ଦେଶରେ ପରିବର୍ତ୍ତନର ସୂତ୍ରଧର ପାଲଟିଛି ବୋଲି ବିଶିଷ୍ଟ ସାମ୍ବାଦିକ ଓ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ କହିଛନ୍ତି। ଆଜି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସାହିତ୍ୟ ପତ୍ରିକାର ବାର୍ଷିକ ସମାରୋହ ଅବସରରେ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ‘ସାରଳା ଭବନ’ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ହରିବଂଶ କହିଛନ୍ତି ଯେ ସମାଜ ଖବରକାଗଜ ନିରବଛିନ୍ନ ଭାବେ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଦେଶର ବିକାଶ ଜୟଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

- Advertisement -

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ସାରସ୍ବତ ସାଧକ ତଥା ରେଭେନ୍‌ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ ଯୋଗ ଦେଇଥିବା ବେଳେ ସମାଜର ମୁଖ୍ୟ ପ୍ରଶାସନିକ ଅଧକାରୀ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ନିରଞ୍ଜନ ରଥ ଓ ସମାଜ ସମ୍ପାଦକ କାନନ ବିହାରୀ ଦାଶ ପ୍ରମୁଖ ମଂଚାସୀନ ଅଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories