www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁରରେ ଲାଖହସ୍ତ ଶିଳ୍ପ ତାଲିମ ଉଦଘାଟିତ

ନବରଙ୍ଗପୁର: ରାଜ୍ୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଜିଲ୍ଲା ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ନବରଙ୍ଗପୁର ଦ୍ଵାରା ୬ ମାସିଆ ନିପୂଣ ଲାଖ ହସ୍ତଶିଳ୍ପ ତାଲିମ ଶିବିର ନବରଙ୍ଗପୁର ଶଙ୍ଖାରି ସାହି ଠାରେ ଉଦଘାଟିତ। ଲାଖ ଶିଳ୍ପ ତାଲିମ୍ ପ୍ରଦାନ ନିମନ୍ତେ ଶିଳ୍ପୀ ପ୍ରଶିକ୍ଷିକା ସୁଶ୍ରୀ ପ୍ରଭାତି ପାତ୍ର ୧୫ଜଣ କାରିଗରଙ୍କୁ ନିଯୁକ୍ତି କରିଥିଲେ। ଏହି ତାଲିମ୍ କେନ୍ଦ୍ର ଉଦଘାଟନ କାର୍ୟ୍ୟକ୍ରମ ନବରଙ୍ଗ ପୁର ସହକାରୀ ନିର୍ଦେଶକ ହସ୍ତଶିଳ୍ପ ଏଲ୍ ଏସ୍ ଧାରୁଆଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ, ମୂଖ୍ୟବକ୍ତା ଭାବରେ ଜିଲ୍ଲା କର୍ମନିୟଜନ ଅଧିକାରୀ ତତ୍ତ୍ଵମସୀ ମହାପାତ୍ର, ସମ୍ମାନୀତ ଅତିଥିଭାବେ ନବରଙ୍ଗପୁର ପୌରପାଳିକା ନବନିର୍ବାଚିତ କାଉନସିଲର (ଓ୍ବାର୍ଡନଂ୧୧) ପୁନମ ସାହୁ, ହସ୍ତଶିଳ୍ପ ବିଭାଗ ଅଧିକାରୀ ସଚ଼ିନ ପଟେଲ ଓ ଗୌରବ ସୋରେନ୍ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମକୁ (ଓଏସଡ଼ି) ସୁବାଷ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ଶିଳ୍ପର ଉନ୍ନତି ଓ ଆଗକୁ ଆହୁରି କିପରି ବଜାର ସୃଷ୍ଟି ହୋଇପାରିବ ସେଥିପ୍ରତି ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମକୁ କାଳୀଚରଣ ପାତ୍ର ସହଯୋଗ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories