www.samajalive.in
Monday, December 15, 2025
14.1 C
Bhubaneswar

କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଶୁ ରୋଗ ବିଶେଷଙ୍କ ଡାକ୍ତର ଜୌତିପ୍ରକାଶ ରାମ, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ସମ୍ପାଦକ ସୁବ୍ରତ ମହାକୁଡ, ଏସ.ସି.ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ ଟେକନିସିଆନ ପ୍ରାଣରଞ୍ଜନ ସାଗର ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଟାବାଞ୍ଜି ତଥା ଆଖପାଖ ଗାଁରୁ ପ୍ରାୟ ୨୯୦ ରୁ ଅଧିକ ଲୋକ ଚିକିତ୍ସିତ ହୋଇଥିବା ବେଳେ ପାଖପାଖି ୧୧୫ ରୋଗୀ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ ହୋଇଥିଲେ। ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ଚିହ୍ନଟ ରୋଗୀଙ୍କୁ ଏସ.ସି.ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡରେ ନ୍ନିଶୁଳ୍କ ଅସ୍ତ୍ରୋପ୍ରଚାର କରାଯିବ। ପ୍ରେସ କ୍ଲବର ଏଭଳି ସମାଜସେବା କାମ ଏବଂ ବିଶେଷ କରି ଚକ୍ଷୁ ଚିକିତ୍ସା ଶିବିର ପାଇଁ ଏନଏସି ଅଧ୍ୟକ୍ଷ ଧନ୍ୟବାଦ ଜଣାଇଥିଲେ। ଆଗକୁ ଏଭଲି କାମ ଜାରି ରହୁ ବୋଲି ଶୁଭେଚ୍ଛା ମଧ୍ୟ ଦେଇଥିଲେ। ଏହି ଶିବିରକୁ ସଫଳ କରିବାକୁ ବିଶେଷ ସହଯୋଗ ଭାବେ ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଆନନ୍ଦ ମୋଟେ, ଦୂର୍ଗାପ୍ରସାଦ ଗୁପ୍ତା, ବିକାଶ ମିତ୍ତଲ, ସଦସ୍ୟ ଯୁଗଲ କିଶୋର ଶବର, ରୋହନ ମହତ, ବିସିକେଶନ ମାଝୀ, ଏସ.ସି.ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡର ସୁଶୀଲ କୁମାର ନାଗ , ରଶମୂତ ତାଣ୍ଡି, ନର୍ସ ସୁରତି ହରପାଳ, କରଣ କୁମାର ଭୋଇ ବଲଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories