ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ
ଛତିଶଗଡ : ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। ଏନେଇ ଆଜି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍ଲି ହତ୍ୟା ଘଟଣାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଅନ୍ୟତମ ଅଭିଯୁକ୍ତ ଅନୁପ ସାଏଙ୍କ ଗାଡି ଚାଳକ ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
୨୦୧୬ରେ ଚକ୍ରଧରପୁର ଅଞ୍ଚଳରୁ କଳ୍ପନା ଦାସ ଓ ଝିଅ ବବ୍ଲିଙ୍କ ମୃତଦେହ ମିଳିଥିଲା। ଉଭୟଙ୍କୁ ହତ୍ୟା ପରେ ଗାଡି ମଡାଇ ଦିଆଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ୨୦୨୦ରେ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରାଯାଇଥିଲା।
Comments are closed.