www.samajalive.in
Sunday, December 7, 2025
23.1 C
Bhubaneswar

ଏହି ଖାଦ୍ୟ ଖାଇଲେ ସୁସ୍ଥ ରହିବ ଶରୀର ଓ କେଶ

ଅଁଳା – ଅଁଳା କେଶ ପାଇଁ ଖୁବ ଉପକାରୀ ଅଟେ। ଏହାର ଗୁଣ୍ଡ,ଜୁସ କିମ୍ବା ଆଚାରକୁ ମଧ୍ୟ ଖାଇପାରିବେ। ଅଁଳାକୁ କେଶ ମୂଳରେ ଓ ମୁହଁରେ ମଧ୍ୟ ଲଗାଇ ପାରିବେ। ଅଁଳାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା କେଶକୁ ମଜଭୂତ, ଘନ କରିବା ସହ ଉପୁଡ଼ିବା ସମସ୍ୟାକୁ ଦୂର କରିଥାଏ।
ପାଳଙ୍ଗ ଶାଗ –
କେଶ ପାଇଁ ପାଳଙ୍ଗ ଶାଗ ଖୁବ ଲାଭଦାୟକ ଅଟେ। ଏଥିରେ ଭିଟାମିନ ସି, ଇ, ବି ଆଦି ରହିଛି। ଏହାକୁ ନିୟମିତ ଖାଇଲେ କେଶ ମୂଳ ମଜଭୂତ ହୋଇଥାଏ।
ମେଥି –
ସଭିଙ୍କ ଘରେ ମେଥି ନିଶ୍ଚୟ ଥାଏ। ଏହା ବହୁ ଛୋଟ ବଡ଼ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଖାଇବା ଦ୍ୱାରା ଓ କେଶରେ ଲଗାଇବା ଦ୍ୱାରା କେଶ ଲମ୍ବା ଓ ଘନ ହୋଇଥାଏ।
ନଡ଼ିଆ ତେଲ –
ଘରେ ନଡ଼ିଆ ତେଲ ପ୍ରସ୍ତୁତ କରି ଏହାକୁ କେଶ ମୂଳରେ ମାଲିସ କରନ୍ତୁ। ନଡ଼ିଆ ତେଲ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରି ମଧ୍ୟ ଖାଇବା ଦ୍ୱାରା ଏହା କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ।
ପୁଦିନା ପତ୍ର : ଖରା ଦିନେ ପୁଦିନା ପତ୍ର ସେବନ ଶରୀର ପାଇଁ ଲାଭଦାୟକ ହୋଇଥାଏ । ପୁଦିନା ପତ୍ର ଶରୀରର ଭିତରକୁ ଥଣ୍ଡା ପହଞ୍ଚାଇଥାଏ । ପୁଦିନାରେ ପିପରମେଣ୍ଟ ରହିଥିବାରୁ ଏହା ଶରୀରର ପିତକୁ ଶାନ୍ତ ରଖିଥାଏ ।  ବିଭିନ୍ନ ଖାଦ୍ୟରେ ଏହାକୁ ବ୍ୟବହାର କରାଯାଏ ।
ପାନ ମହୁରୀ : ପାନ ମହୁରୀ ଏସିଡିଟି ଦୂର କରିବାରେ ସାହାଯ୍ୟ କରେ। ବଦହଜମୀ ସମସ୍ୟା ଦେଖା ଦେଲେ, ପାନ ମହୁରୀକୁ ପାଣିରେ ଫୁଟାଇ ଥଣ୍ଡା କରି ପିଇଲେ ଏହି ସମସ୍ୟାରୁ ମୁକ୍ତି ମୁଳେ । ଟାଣ ଖରାରେ ପାନ ମହୁରୀ ଖାଇଲେ ଶରୀରକୁ ଶକ୍ତି ମିଳେ ।
ଧନିଆ ପତ୍ର : ଧନିଆ ପତ୍ର ଶରୀର ପାଇଁ ଥଣ୍ଡା ହୋଇଥାଏ । ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ ରଖିଥାଏ । ଏହା ସହ ରକ୍ତର ଶର୍କରା ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ ।
ସବୁଜ ଗୁଜୁରାତି : ସକାଳେ ଚା’ରେ ଗୁଜୁରାତି ପକାଇ ପିଇବା ଦ୍ବାରା ପାଚନ କ୍ରିୟା ସଠିକ୍ ରହିଥାଏ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories